ETV Bharat / state

ନରହନ୍ତାକୁ ଜାଗା ଚିନ୍ତା, ଆଜି ଚଣ୍ଡିଖୋଲରେ ରାତି କାଟିବ ଦନ୍ତା - ଟେନସନରେ ପ୍ରଶାସନ

ଉତ୍ପାତ କରୁଥିବା ଦନ୍ତା କାବୁ ପରେ ଲୋକେ ଆଶ୍ବସ୍ତ ହୋଇଛନ୍ତି । ଜନଜୀବନ ସ୍ବାଭାବିକ ହୋଇଛି । ସ୍କୁଲ ଖୋଲିଛି । ପୁନଃ ଗାଁକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି । ଡ୍ରୋନ୍ କ୍ୟାମେରା ଏବଂ ଟ୍ରାଙ୍କୁଲାଇଜ୍ ସହାୟତାରେ ସୋମବାର ରାତିରେ କାବୁ ହୋଇଥିଲା ନରହନ୍ତା ଦନ୍ତା । ହେଲେ ଏହି ନରହନ୍ତା ଏବେ ରହିବ କେଉଁଠି ତାକୁ ନେଇ ଦେଖାଦେଇଛି ସସପେନ୍ସ । ଅଧିକ ଖବର ପଢନ୍ତୁ...

ହାତୀ ଟେନସନ; ଯାଗା ନପାଇ ଗାଡିରେ ଧରି ବୁଲୁଛି ବନବିଭାଗ
ହାତୀ ଟେନସନ; ଯାଗା ନପାଇ ଗାଡିରେ ଧରି ବୁଲୁଛି ବନବିଭାଗ
author img

By

Published : Jan 28, 2020, 11:58 PM IST

ଯାଜପୁର/ କଟକ: ଉତ୍ପାତ କରୁଥିବା ଦନ୍ତା କାବୁ ପରେ ଲୋକେ ଆଶ୍ବସ୍ତ ହୋଇଛନ୍ତି । ଜନଜୀବନ ସ୍ବାଭାବିକ ହୋଇଛି । ସ୍କୁଲ ଖୋଲିଛି । ପୁନଃ ଗାଁକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି । ଡ୍ରୋନ୍ କ୍ୟାମେରା ଏବଂ ଟ୍ରାଙ୍କୁଲାଇଜ୍ ସହାୟତାରେ ସୋମବାର ରାତିରେ କାବୁ ହୋଇଥିଲା ନରହନ୍ତା ଦନ୍ତା । ଚିକିତ୍ସା ପାଇଁ ହାତୀଟିକୁ କଡା ସୁରକ୍ଷା ବଳୟ ମଧ୍ୟରେ କଣ୍ଟିପୁର ଜଙ୍ଗଲରୁ କଟକ ଡାଳିଯୋଡା ରେଞ୍ଜ୍ ଅଧିନକୁ ନିଆଯାଇଥିଲା । ତେବେ ସେଠାରେ ବି ଏହି ନରହନ୍ତା ଦନ୍ତାକୁ ଯାଗା ଦିଆଯିବ ନାହିଁ ବୋଲି କହି ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ହାତୀ ଟେନସନ; ଯାଗା ନପାଇ ଗାଡିରେ ଧରି ବୁଲୁଛି ବନବିଭାଗ

9ଦିନ ଧରି ଯାଜପୁରରେ ଆତଙ୍କ ଖେଳାଇଥିବା ଏହି ହାତୀକୁ ନେଇ ଏବେ ଟେନସନରେ ପ୍ରଶାସନ ଓ ବନବିଭାଗ । କାରଣ ହାତୀକୁ ଛଡାଯିବ କେଉଁଠି ? ଯେଉଁଠାବି ଛାଡିଲେ ଲୋକଙ୍କ ଭୟ କାଳେ ଜୀବନ ନେଇଯିବ । ଆଉ ସେହି ଭୟରେ ବନବିଭାଗ ଏହି ବିଶାଳ ଜନ୍ତୁକୁ ଧରି ବାର ଦୁଆର ବୁଲୁଛି । ସୋମବାର ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ କରି ଅଚେତ କରିବା ପରେ, ତାର ଚିକିତ୍ସା ପାଇଁ ମଙ୍ଗଳବାର କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜର କୁଷୁନୁପୁରୁ କୁ ଆଣୁଥିଲା ବନବିଭାଗ । ହେଲେ ଟାଙ୍ଗୀ ବ୍ଲକ ଗରୁଡଗାଁ ପଞ୍ଚାୟତ ବିଶନାହାକାଣୀ ଗାଁର ଲୋକେ ହାତୀକୁ ଅଞ୍ଚଳରେ ପୁରାଇ ନଦେବାକୁ ଅଡିବସିଥିଲେ । ପ୍ରବଳ ବିରୋଧ, ପାଟିତୁଣ୍ଡ ପରେ ହାତୀକୁ ଫେରାଇ ଆଣି ଯାଜପୁରର ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରେ ଅସ୍ଥାୟୀ ଭାବେ ରଖିଛି ବନବିଭାଗ ।

ବନବିଭାଗ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ । ଏପଟେ ଆଜିବି ନରହନ୍ତା ହାତୀକୁ ଦେଖିବାପାଇଁ ଅଞ୍ଚଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ପରେ ବନ ବିଭାଗ ଅଧିକାରୀ ହାତୀକୁ ଚଣ୍ଡିଖୋଲ ଆଣିବା ପରେ ଏକ ନର୍ସରୀରେ ହାତୀକୁ ରଖାଯାଇ ତାର ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ବନକର୍ମଚାରୀ ଉପସ୍ଥିତ ରହିଛନ୍ତି । ଚିକିତ୍ସା ପରେ ହାତୀକୁ ନନ୍ଦନକାନନ ନିଆଯିବ ବୋଲି ଜଣାପଡିଛି।

ଦୀର୍ଘ 9ଦିନ ଧରି ଏହି ଦନ୍ତା ଖେଳାଇଥିଲା ଆତଙ୍କ । ଶେଷରେ ସୋମବାର ରାତିରେ ହିଁ ହୋଇଥିଲା କାବୁ। ଦନ୍ତା ଆକ୍ରମଣରେ 4ଜଣଙ୍କ ମୃତ୍ୟୁ ଘଟିବା ସହ 10ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ପ୍ରଥମଥର ପାଇଁ ଡ୍ରୋନ୍ କ୍ୟାମେରା, ବିଶେଷଜ୍ଞ ଟିମ୍ ଏବଂ ଟ୍ରାଙ୍କୁଲାଇଜର ଟିମ୍ ସହାୟତାରେ ବନବିଭାଗ ହାତୀକୁ କଣ୍ଟିପୁର ଜଙ୍ଗଲରୁ କାବୁ କରିଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

Intro:slug-elephant_menace
format-pkg(news update)
reporter-Gyanaranjan ojha
place-jajpur
date-28.01.20
anchor---ଦନ୍ତା କାବୁ ପରେ ଲୋକେ ହୋଇଛନ୍ତି ଆଶ୍ବସ୍ତ । ଜନଜୀବନ ସ୍ବାଭାବିକ ହୋଇଛି । ସ୍କୁଲ ଖୋଲିଛି । ପୁନଃ ଗାଁକୁ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି । ଡ୍ରୋନ୍ କ୍ୟାମେରା ଏବଂ ଟ୍ରାଙ୍କୁଲାଇଜ୍ ସହାୟତାରେ ଗତ ରାତିରେ କାବୁ ହୋଇଥିଲା ନରହନ୍ତା ଦନ୍ତା । ଚିକିତ୍ସା ପାଇଁ ହାତୀଟିକୁ କଡା ସୁରକ୍ଷା ବଳୟ ମଧ୍ୟରେ କଣ୍ଟିପୁର ଜଙ୍ଗଲରୁ କଟକ ଡାଳିଯୋଡା ରେଞ୍ଜ୍ ଅଧିନକୁ ନିଆଯାଇଛି । ତେବେ ଦନ୍ତାହାତୀର ଉଦ୍ଧାର ପରେ ଅଞ୍ଚଳ ବାସୀ ତଥା ଜିଲ୍ଲା ବାସୀ ଆଶ୍ବସ୍ତ ହୋଇଛନ୍ତି । ଜଙ୍ଗଲ ବିଭାଗ ଓ ପୋଲିସ୍ ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ମୁଣ୍ଡରୁ ଟେନସନ୍ ହଟିଛି । ଅନ୍ୟପଟେ ନରହନ୍ତା ଦନ୍ତାକୁ ଦେଖିବା ପାଇଁ ଆଜି ସକାଳେ କଣ୍ଟିପୁର ଜଙ୍ଗଲରେ ମଧ୍ୟ ହଜାର ହଜାର ଲୋକ ଜମାଇଥିଲେ ଭିଡ । ଏପରିକି ହାତୀ ଦେଖିବାକୁ ରାସ୍ତାରେ ମଧ୍ୟ ଥିଲା ପ୍ରବଳ ଭିଡ ।
Body:vo-01--ଦନ୍ତା କାବୁ ପରେ ଲୋକଙ୍କ ମୁଣ୍ଡରୁ ଯାଇଛି ଚିନ୍ତା । ସ୍ବାଭାବିକ ହୋଇଛି ଅଞ୍ଚଳ ଅବସ୍ଥା । ଲୋକମାନେ ଏବେ ମୁକ୍ତଭାବରେ ବଣଜଙ୍ଗଲରେ ବୁଲିପାରୁଛନ୍ତି । ନିଜ କର୍ମସଂସ୍ଥାନକୁ ଯାଉଛନ୍ତି ଏବଂ ସ୍କୁଲ ପିଲା ନିର୍ଭୟରେ ସ୍କୁଲ ଯାଇପାରୁଛନ୍ତି । ପୂର୍ବପରି ବିଦ୍ୟୁତ୍ ସଂଯୋଗକୁ ମଧ୍ୟ ସ୍ବାଭାବିକ କରାଯାଇଛି । ନରହନ୍ତା ଦନ୍ତାକୁ ଏକ ହାଇୱା ଯୋଗେ କଣ୍ଟିପୁର ଜଙ୍ଗଲରୁ ଜାତୀୟ ରାଜପଥ ଦେଇ କଟକ ଡାଳିଯୋଡା ଫରେଷ୍ଟ ରେଞ୍ଜ ଅଧିନକୁ ନିଆଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦନ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଦୀର୍ଘ 9ଦିନ ଧରି ଏହି ଦନ୍ତା ଯାଜପୁରରେ ଚଳାଇଥିଲା ଉପଦ୍ରବ । ଶେଷରେ ଗତ ରାତିରେ ହିଁ କାବୁ ହୋଇଥିଲା ଦନ୍ତା । ଇତି ମଧ୍ୟରେ ଦନ୍ତା ଆକ୍ରମଣରେ 4ଜଣଙ୍କ ମୃତ୍ୟୁ ଘଟିବା ସହ 10ରୁ ଉର୍ଦ୍ଧ ଲୋକ ଆହତ ହୋଇଥିଲେ । ତେବେ ପ୍ରଥମଥର ପାଇଁ ଡ୍ରୋନ୍ କ୍ୟାମେରା, ବିଶେଷଜ୍ଞ ଟିମ୍ ଏବଂ ଟ୍ରାଙ୍କୁଲାଇଜର ଟିମ୍ ସହାୟତାରେ ବନବିଭାଗ ଦ୍ବାରା ହାତୀଟିକୁ କଣ୍ଟିପୁର ଜଙ୍ଗଲରୁ କାବୁ କରାଯାଇଥିଲା । ହାତୀ କାବୁ ପରେ ଅଞ୍ଚଳ ବାସୀ ତଥା ଜିଲ୍ଲା ବାସୀ ଏବେ ହୋଇଛନ୍ତି ଆଶ୍ବସ୍ତ । ଆଶ୍ବସ୍ତ ହୋଇଛନ୍ତି ବନବିଭାଗର ଅଧିକାରୀ ଓ କର୍ମଚାରୀ ।
bite-01--ଦଶରଥ ଜେନା, ମୃତ ନାବାଳକଙ୍କ ସମ୍ପର୍କୀୟ ଭାଇ
bite-02--ଝଟକ ପେରେଇ, କଣ୍ଟିପୁର ବାସିନ୍ଦା
vo-02--ଗତକାଲି ଧୂଳିଗଡ ଏବଂ କଣ୍ଟିପୁର ଜଙ୍ଗଲରେ ଦିନ ତମାମ୍ ଚାଲିଥିଲା ଏକ ବଡ ଟିମ୍ ୱାର୍କ । ଚାଲିଥିଲା ଗଜ ଉଦ୍ଧାର ଅପରେସନ୍ । ଶେଷରେ ଡ୍ରୋନ୍ ଏବଂ ଟ୍ରାଙ୍କୁଲାଇଜ୍ ଦ୍ବାରା ମିଳିଥିଲା ସଫଳତା । ଦନ୍ତା ହୋଇଥିଲା କାବୁ । ଟିମରେ ସାମିଲ ଥିଲେ ଯାଜପୁର ଓ ନନ୍ଦନକାନନ ସମେତ କଟକ, ଅନୁଗୁଳ, କେଉଁଝର ଓ ବାରିପଦାରୁ ଆସିଥିବା ବିଶେଷଜ୍ଞମାନେ । ହାତୀଟିକୁ ଉଦ୍ଧାର ହେବା ପରେ ତାର ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ଡାଳିଯୋଡା ରେଞ୍ଜକୁ ହସ୍ତାନ୍ତର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତାର ସମସ୍ତ ପ୍ରକାରର ସ୍ବାସ୍ଥ୍ୟଗତ ପରୀକ୍ଷା କରାଯିବା ପରେ ଆବଶ୍ୟକ ଚିକିତ୍ସା କରାଯିବ । ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେଠାରୁ ତାକୁ ନନ୍ଦନକାନନ ଚିଡିଆଖାନା କିମ୍ବା କପିଳାସ ଏଲିଫ୍ୟାଣ୍ଟ କରିଡରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ତେବେ ହାତୀ ଉଦ୍ଧାର ପରେ ସ୍ଥାନୀୟ ଲୋକଙ୍କ ଠାରୁ ଜଙ୍ଗଲବିଭାଗ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶ୍ବସ୍ତ ହୋଇଛନ୍ତି ।
bite-03--କୁନ୍ତଳା ଜେନା, ସ୍ଥାନୀୟ ମହିଳା
bite-04--ମିନତୀ ଜେନା, ସ୍କୁଲ ଛାତ୍ରୀ
bite-05--ଦେବେନ୍ଦ୍ର ପଟ୍ଟନାୟକ, ଫରେଷ୍ଟ ରେଞ୍ଜର, ଯାଜପୁର ରୋଡ
Conclusion:fvo--ହାତୀଟିର ସ୍ବାସ୍ଥ୍ୟାବସ୍ଥା ସେତେ ଭଲ ନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ପ୍ରାୟ 4-5 ଦିନ ଚିକିତ୍ସାର ଆବଶ୍ୟକତା ଥିବା ସୂଚନା ମିଳେ । ଏବେ ଏହାର ସୁରକ୍ଷା ଏବଂ ଚିକିତ୍ସାକୁ ନେଇ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରୁଛି ବନବିଭାଗ । ଏଥିପାଇଁ ଜଙ୍ଗଲ ବିଭାଗ ଜନସାଧାରଣଙ୍କ ସହଯୋଗ କାମନା କରିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.