ETV Bharat / state

ଶିଳ୍ପନଗରର ସଫଳ ଚାଷୀ ଦିଲ୍ଲୀପ; ଖଣିଖାଦାନ ମାଟିରେ ଫଳାଇଲେ ସୁନାର ଫସଲ - farming in a mines area jajpur

ବିଶ୍ବାସ ଓ ଦୃଢ ମନୋବଳକୁ ନିଜର ପୁଞ୍ଜି କରି ଅସମ୍ଭବକୁ ସମ୍ଭବ ପରିଣତ କରିଛନ୍ତି କଟକ ନିଆଳୀ ଅଞ୍ଚଳର ଦିଲ୍ଲୀପ ମହାନ୍ତି । ଯିଏ ଖଣି ଖଦାନ ମାଟିରେ ଫଳାଇଛନ୍ତି ସବୁଜ ସୁନାର ଫଳ । ଯେଉଁଠି କଳଥ, ଡାଲି ଭଳି ସ୍ବପ୍ନ ପାଲଟିଛି ସେଠି ବିଦେଶୀ, କୋଳି , ନାନା ପନିପରିବାର ଚାଷ କରି ଆତ୍ମନିର୍ଭରର ଅନନ୍ୟ ଉଦହାରଣ ପାଲଟିଛନ୍ତି । ଅଧିକ ପଢନ୍ତୁ...

ଶିଳ୍ପନଗରର ସଫଳ ଚାଷୀ ଦିଲ୍ଲୀପ;
ଶିଳ୍ପନଗରର ସଫଳ ଚାଷୀ ଦିଲ୍ଲୀପ;
author img

By

Published : Jan 18, 2021, 2:48 PM IST

ଯାଜପୁର: କଳିଙ୍ଗନଗର ଯାଜପୁର ଜିଲ୍ଲାରେ ଏବେ ଗୋଟିଏ ନାଁ ଚର୍ଚ୍ଚା ହେଉଛି । ଯିଏ ଅସମ୍ଭବକୁ ସମ୍ଭବରେ କରାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆତ୍ମନିର୍ଭର ହେବା ସହିତ ଲକଡାଉନ ସମୟରେ ରୋଜଗାର ଯୋଗାଇ ସାଧାରଣରେ ଏକ ଅନନ୍ୟ ଉଦାହରଣ ହୋଇପାରିଛନ୍ତି । ଯେଉଁଠି ଅବିଶ୍ରାନ୍ତ ଟ୍ରାକର, ଟିପର, ଜେସିବି କାମ କରୁଥାଏ ସେଠି ଚାଷବାସର ମଞ୍ଜି ବୁଣିଛନ୍ତି କଟକ ଜିଲ୍ଲା ନିଆଳୀ ଅଞ୍ଚଳର ଦିଲ୍ଲୀପ ମହାନ୍ତି ।

ଶିଳ୍ପନଗରର ସଫଳ ଚାଷୀ ଦିଲ୍ଲୀପ;

ଖଣି ଖାଦାନରେ ଭରା କଳିଙ୍ଗ ନଗର ଯାଜପୁର ଜିଲ୍ଲା। ଏଠି ମାଟି ଖୋଳୁ ଖୋଳୁ ବାହାରେ ଖଣି । କେହି କେବେ ଭାବି ନଥିବେ ମାଇନ୍ସ ମାଟିରେ ଦିନେ ଫଳିବ ସୁନାର ଫଳ । ହେଲେ ସମସ୍ତଙ୍କୁ ଆଚମ୍ବିତ କଲା ଭଳି ଶୁଖିଲା ଓ ଘାସ କଅଁଳୁ ନଥିବା ଜାଗାରେ ପ୍ରଥମେ ଘୁଷୁରି ଫାର୍ମ ଆଉ ଏବେ ଫଳୁଛି ଭଳିକି ଭଳି ପନିପରିବା । ଦିଲ୍ଲୀପ ଯାଜପୁର ଜିଲ୍ଲା ସୁକିନ୍ଦାରେ ରହୁଥିବା ନିଜ ଶଶ୍ବରଙ୍କ ଜମିରେ ଚାଷ କରି ଏବେ ଅନନ୍ୟ ଉଦାହରଣ ପାଲଟିଛନ୍ତି । ଅନ୍ୟୁନ 3 ଏକର ଜମିରେ ଘୁଷୁରୀ ଫାର୍ମ ମାଛ ଚାଷ ସାଙ୍ଗକୁ, ଦେଶୀ-ବିଦେଶୀ କୋଳି, ଟମାଟୋ, ଝୁଡଙ୍ଗ,କୋବି,ବିନ୍ସ, ପିଆଜ, କଞ୍ଚା ଲଙ୍କା, ଲାଉ ଭଳି ଭଳିକି ଭଳି ପନିବାରର ଚାଷ କରୁଛନ୍ତି । କମ ପାଣି ଓ ଅତ୍ୟାଧୁନିକ ପ୍ରଣାଳୀ ସହ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ କରି ଆତ୍ମନିର୍ଭର ହୋଇପାରିଛନ୍ତି ଦିଲ୍ଲୀପ ।

କୋରୋନା ଲକଡାଉନ ସମୟରେ ଯଥାର୍ଥ ସମୟ ପାଇ ଦିଲ୍ଲୀପ ଦେଶୀବିଦେଶୀ କୋଳି ଚାଷ କରିଥିଲେ। 3 ଏକର ଜମିରେ ହୋଇଥିବା ଥାଇଲାଣ୍ଡ କୋଳି, ଆପେଲ ବେରି, କଟକ କୋଳି ଚାଷ ଏବେ ପାଚିବାକୁ ବସିଛି । ଦିଲ୍ଲୀପ ଜଣେ ସଫଳ ଚାଷୀ ହେବା ସହିତ ଅନ୍ୟମାନଙ୍କୁ ସେ ସ୍ବାବଲମ୍ବୀ କରିପାରନ୍ତି । ଲକଡାଉନ ସମୟରେ 10ରୁ ଊର୍ଦ୍ଧ୍ବ ଚାଷୀଙ୍କୁ କାମରେ ନିୟୋଜିତ କରି ରୋଜଗାରକ୍ଷମ କରିପାରିଛନ୍ତି । ଘୁଷୁରି ଫାର୍ମରୁ ଦେଢ ଲକ୍ଷରୁ ଅଧିକ ଲାଭ କରିସାରିଥିବା ଦିଲ୍ଲୀପ କୋଳି ଚାଷୀରୁ 10 ରୁ 12 ଲକ୍ଷ ଟଙ୍କା ଆୟ କରିବେ ଆଶା ରଖିଛନ୍ତି ।

ଉଚ୍ଚ ଶିକ୍ଷିତ ଦିଲ୍ଲୀପ କୌଣସି ସରକାରୀ ଚାକିରି ପଛରେ ନଗୋଡାଇ ସେ ନିଜେ ଆତ୍ମନିର୍ଭଶୀଳ ହେବାକୁ ଉଦ୍ୟମ କରିଥିଲେ । ଯାହା ସଫଳ ହେବା ସହ ସେ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି । ଦିଲ୍ଲୀପଙ୍କ ଏହି ଉଦ୍ୟମ ଏବେ ଅନ୍ୟ ଉଚ୍ଚ ଶିକ୍ଷିତ ଅଳ୍ପ ଶିକ୍ଷିତ ବେକାରୀ ଯୁବକ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ସମସ୍ତେ ଯଦି ନିଜ ନିଜ ଉଦ୍ୟମରେ ଆତ୍ମନିର୍ଭଶୀଳ ହେବାକୁ ଉଦ୍ୟମ କରିବେ ନିଶ୍ଚିତ ଭାବେ ନିଜର ରାଜ୍ୟର ସହ ଦେଶର ସ୍ଥିତି ପରିବର୍ତ୍ତନ ହେବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.