ETV Bharat / state

ବୋହୂକୁ ମାଡ ମାରି ବନ୍ଧା ହେଲେ ଶାଶୁ-ଶ୍ବଶୁର - daughter in law torture case

ଯାଜପୁର ବୋହୂକୁ ମାଡ ମାରିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ମାଡ ମାରିଥିବା ଶାଶୁ-ଶ୍ବଶୁରଙ୍କ ସହ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 26, 2019, 8:45 PM IST

ଯାଜପୁର: ବନ୍ଧା ହେଲେ ନିର୍ଦ୍ଦୟ ଶାଶୁ-ଶ୍ବଶୁର । ମହଙ୍ଗା ପଡିଲା ଗାଁ ଦାଣ୍ଡରେ ବୋହୂକୁ ଅତ୍ୟାଚାର । ଗାଁ ଦାଣ୍ଡରେ ବୋହୂକୁ ଅମାନବୀୟ ଭାବେ ଅତ୍ୟାଚାର କରି ହାଜତକୁ ଗଲେ ଶାଶୁ-ଶ୍ବଶୁର । ଗତ ବୁଧବାର ଯାଜପୁର ଜିଲ୍ଲାରେ ସର୍ବସମ୍ମୁଖରେ ନିଜ ବୋହୂକୁ ଗାଁ ଦାଣ୍ଡରେ ଚୁଟି ଘୋଷାଡି ଘୋଷାଡି ଅକଥନୀୟ ଅତ୍ୟାଚାର କରିବା ଭିଡିଓ ଭାଇରାଲ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଦିନ ଦ୍ବିପ୍ରହରରେ କୂଳବୋହୂକୁ ଅତ୍ୟାଚାର କରି ଚାଲିଥିଲେ ଶାଶୂ-ଶ୍ବଶୁର । କେହି ପ୍ରତିବାଦ କରି ନଥିଲେ । ସଭିଏଁ ସାଜିଥିଲେ ନିରବ ଦ୍ରଷ୍ଟା । ଏହି ଭିଡିଓ ଭାଇରାଲ ହେବା ପରେ ହସ୍ତକ୍ଷେପ କରିଛି ପୋଲିସ । ନିର୍ଦ୍ଦୟୀ ଶାଶୁ-ଶ୍ବଶୁର ସହ ସଞ୍ଜନାଙ୍କ ସ୍ବାମୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ତେବେ ଏହା ପ୍ରଥମ ଥର ନୁହେଁ ବହୁବାର ଏଭଳି ନିର୍ଯ୍ୟାତନା ଦେଇଛନ୍ତି ଶାଶୁଘର ଲୋକେ । ଯୌତୁକ ପାଇଁ ବାରମ୍ବାର ନିର୍ଯ୍ୟାତନା ସହି ଆସୁଥିଲେ ସଞ୍ଜନା । ଏପରିକି ଏସବୁରୁ ମୁକ୍ତି ପାଇଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ । କିନ୍ତୁ ସେ ସମୟରେ ସୌଭାଗ୍ୟ ବଶତଃ ଡାକ୍ତରଖାନାରେ ତାଙ୍କୁ ପହଞ୍ଚାଇବାରୁ ଜୀବନ ବଞ୍ଚାଇ ଯାଇପାରିଥିଲା । ଏପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଞ୍ଜନାଙ୍କ ଶାଶୁ । ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉନଥିବା ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:କିମ ସ କୁ ନୋଟିସ, ଅବହେଳିତ ରୋଗୀମାନଙ୍କୁ କ୍ଷତିପୂରଣ ।Body:କିମ ସ କୁ ନୋଟିସ, ଅବହେଳିତ ରୋଗୀମାନଙ୍କୁ କ୍ଷତିପୂରଣ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.