ETV Bharat / state

ରୋଗ ଶଯ୍ୟାରେ ଅସହାୟ ଦମ୍ପତି; ସରକାରଙ୍କ କାନରେ ପଡୁନି ଭଙ୍ଗା ଦଦରା ଘର ଲୋକଙ୍କ ଡାକ - ଆବାସ ଯୋଜନା ଘର

କୋରେଇ ବ୍ଲକ ତଳଗଡ ପଞ୍ଚାୟତ ମଙ୍ଗରାଜପୁରରେ ସ୍ୱାମୀ ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ ମଧୁମେହ ରୋଗରେ ଶଯ୍ୟାଶାୟୀ। ହେଲେ ଏହି ପରିବାରକୁ ଆଜି ଯାଏଁ ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା ନା ଆବାସ ଯୋଜନାରେ ଘର l ଅଧିକ ପଢନ୍ତୁ

couple need government assistance
couple need government assistance
author img

By

Published : May 1, 2023, 10:19 PM IST

couple need government assistance

ଯାଜପୁର: କଥାରେ ଅଛି ବିପଦ ଆସିଲେ ପାହାଡ ଭାଙ୍ଗି ଆସେ l କୋରେଇ ବ୍ଲକ ତଳଗଡ ପଞ୍ଚାୟତ ମଙ୍ଗରାଜପୁର ଗାଁରେ ସ୍ୱାମୀ ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀ ମଧୁମେହ ରୋଗରେ ଶଯ୍ୟାଶାୟୀ । ଏମାନଙ୍କ ପାଖରେ ନା ଅଛି ରୋଜଗାର ନା ଅଛି ସରକାରୀ ଯୋଜନା । ବଞ୍ଚିବା ପାଇଁ ଦିନ ରାତି ସଂଘର୍ଷ କରୁଛନ୍ତି ଏହି ବୃଦ୍ଧ ଦମ୍ପତି l ଯେଉଁଠି ଗୋଟେ ଓଳି ଖାଇବା ପାଇଁ ନାହିଁ ସେଠି ରୋଗର ଚିକିତ୍ସା ବା କରିବେ କେମିତି l

ସଦାଶିବ ଏକ ଚାହା ଦୋକାନ କରି ଅନେକ ଦିନ ନିଜର ପରିବାର ପ୍ରତିପୋଷଣ କରୁଥିଲେ l ହଠାତ କିଛି ବର୍ଷ ତଳେ ମୁଖ ଗହ୍ୱର ରୋଗରେ ପୀଡିତ ହୋଇ ଥିଲେ ସଦାଶିବ l ଏହାପରେ ବିପଦର ପାହାଡ ଯେମିତି ମାଡି ଆସିଲା ସଦାଶିବଙ୍କ ପରିବାର ଉପରେ ପରେ ସ୍ତ୍ରୀ କାମିନୀ ମଧ୍ୟ ମଧୁମେହ ରୋଗରେ ପୀଡିତ ହେଲେ l ବାପା ମାଆଙ୍କର ଏଭଳି ଅବସ୍ଥା ଦେଖି ମାନସିକ ଭାରସାମ୍ୟ ହରାଇ ଥିଲେ ସଦାଶିବଙ୍କ ଏକମାତ୍ର ପୁଅ l ଅର୍ଥ ଅଭାବରୁ ଘର ଖଣ୍ଡେ କରି ନ ପାରି ଏଭଳି ଏକ ଭଙ୍ଗା ଦଦରା ଘରେ ଅତି ଦୟନୀୟ ଅବସ୍ଥାରେ ପଡି ରହିଛନ୍ତି ଉଭୟ ଦମ୍ପତି। ନା ଏହି ପରିବାରକୁ ମିଳିଛି ବାର୍ଦ୍ଧକ୍ୟ ଭତ୍ତା ନା ମିଳିଛି ଆବାସ ଯୋଜନାରେ ଘର l ସଦାଶିବ ସାହାଯ୍ୟ ପାଇଁ ପ୍ରଶାସନ ଓ ରାଜନେତାଙ୍କ ନିକଟକୁ ବାରମ୍ବାର ଧାଇଁ ଧାଇଁ ନୟାନ୍ତ ହୋଇପଡିଥିଲେ ସୁଦ୍ଧା କେହି ସହାୟତାର ହାତ ବଢାଇ ନହାନ୍ତି l ଏଭଳି ସମୟରେ ସରକାର କିମ୍ବା ସ୍ବେଚ୍ଛାସେବୀ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ଉଭୟ ଦମ୍ପତି ।

ଗରିବ ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି l ମାତ୍ର କିଛି ସଚେତନତା ଅଭାବ ଯୋଗୁଁ ଏହି ଯୋଜନା ସଠିକ ସମୟରେ ସଠିକ ଲୋକଙ୍କ ପାଖରେ ପହଞ୍ଚିବାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ଅନ୍ୟ ଉପରେ ନିର୍ଭର କରି ଚଳୁଛନ୍ତି ଏହି ଅସହାୟ ବୃଦ୍ଧ ଦମ୍ପତି l ସାହି ପଡିଶା ଯିଏ ଯେତେବେଳେ ଯାହା ଦିଏ ତାହା ଖାଇ ପେଟ ପୁରେ । ଯଦି ଯେଉଁଦିନ କିଛି ନ ମିଳେ ସେଦିନ ପାଣିପିଇ ଶୋଇବାକୁ ପଡେ ଏହି ବୃଦ୍ଧ ଦମ୍ପତିଙ୍କୁ । ପେଟକୁ ଦିଓଳି ଦିମୁଠା ଦାନା ମିଳିବା କଷ୍ଟକର ହେଇପଡ଼ିଥିବା ବେଳେ ଏଭଳି ବୃଦ୍ଧ ଦମ୍ପତି ନିଜର ଚିକିତ୍ସା ପାଇଁ ଔଷଧ ଖର୍ଚ୍ଚ ତୁଲାଇବା କାଠିକର ପାଠ ହେଇ ପଡିଛି ।

ଯଦି ସରକାର ଗରିବ ଅସହାୟ ମାନଙ୍କ ପାଇଁ ଏତେ ଯୋଜନା କରୁଛନ୍ତି ତା ହେଲେ ଏହି ବୃଦ୍ଧ ଦମ୍ପତିଙ୍କ ପାଖରେ ସେ ଯୋଜନା କାହିଁକି ପହଞ୍ଚି ପାରୁନି ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଏଭଳି କ୍ଷେତ୍ରରେ ଏହି ବୃଦ୍ଧ ଦାମ୍ପତିଙ୍କୁ ତୁରନ୍ତ ସରକାରୀ ଯୋଜନାରେ ଆବାସ ଓ ଭତ୍ତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ l ସେପଟେ ଗୁହାରି ଶୁଣି ତଦନ୍ତ କରି ଖୁବଶୀଘ୍ର ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବେ ବୋଲି ବିଡ଼ିଓ ପ୍ରତିଶୃତି ଦେଇଛନ୍ତି।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.