ETV Bharat / state

ସରକାରୀ ଯୋଜନାରେ ଦୁର୍ନୀତି, ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ

ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ । ଅଧିକ ପଢନ୍ତୁ...

author img

By

Published : Sep 3, 2021, 10:22 AM IST

ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି
ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି

ଯାଜପୁର: ଜିଲ୍ଲା ଆଦର୍ଶ ପଞ୍ଚାୟତ ପାଲଟପୁରରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି । ଏନେଇ ଅଭିଯୋଗ ପରେ ତଦନ୍ତ ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପଞ୍ଚାୟତ ପକ୍ଷରୁ ଚନ୍ଦ୍ର ଶେଖର ସାହୁ ଏବଂ ବିଜୟ ବେହରା ହାଇକୋର୍ଟରେ ଅଭିଯୋଗ ଆଣିଥିଲେ ।

ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି

ପଞ୍ଚାୟତର ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହେବା ସହିତ କେତେକ ପ୍ରକଳ୍ପକୁ ଜୋରଜବରଦସ୍ତି ଭାବେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ଦେଶକୁ ଗ୍ରାମବାସୀଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.