ETV Bharat / state

କୋରୋନା ଲଢେଇ: ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଜିଲ୍ଲାପାଳ

author img

By

Published : Mar 29, 2020, 3:10 PM IST

କୋରୋନା ସଂକ୍ରମଣ ରୋକିବା ପାଇଁ ଯାଜପୁରରେ ବରିଷ୍ଠ ପଦାଧିକାରୀମାନେ ବିଭିନ୍ନ ସ୍ଥାନରେ କଡା ପଦକ୍ଷେପ ନେଇଛନ୍ତି । ଆକ୍ଟିଭ୍ ଆଇଏଏସ ଅଫିସର ଭାବରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡେଇ ଗୋଡେଇ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

corona-fight: jajpur collector taken many steps for people
କୋରୋନା ଲଢେଇ: ଆକ୍ସନ୍ ମୁଡ୍‌ରେ ଜିଲ୍ଲାପାଳ, ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

ଯାଜପୁର: କୋରୋନା ସଂକ୍ରମଣ ରୋକିବା ପାଇଁ ଯାଜପୁରକୁ କରାଯାଇଛି ଲକ୍‌ ଡାଉନ୍। ଜିଲ୍ଲାପାଳଙ୍କ ସମେତ ସମସ୍ତ ବରିଷ୍ଠ ପଦାଧିକାରୀମାନେ ବିଭିନ୍ନ ସ୍ଥାନରେ କଡା ପଦକ୍ଷେପ ନେଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡେଇ ଗୋଡେଇ ମାରୁଛନ୍ତି ଖୋଦ୍ ଜିଲ୍ଲାପାଳ। ଜଣେ ଆକ୍ଟିଭ୍ ଆଇଏଏସ ଅଫିସର ଭାବରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଦେଖାଇଥିଲେ ନିଜର ପ୍ରଶାସନିକ ପରାକାଷ୍ଠା । ରବିବାର ଏଭଳି କିଛି ଦୃଶ୍ୟ ଯାଜପୁର ରୋଡ ଅଞ୍ଚଳରେ ଦେଖିବାକୁ ମିଳିଥିଲା।

ରବିବାର ଠାରୁ ପୁରୁଣା ଗ୍ରୀନ୍ ମାର୍କେଟକୁ ସିଲ୍ କରାଯାଇ ନହକା ବାଇପାସ ରୋଡରେ ଖୋଲିଛି ଅସ୍ଥାୟୀ ପରିବା ହାଟ। ତେବେ ଏହି ହାଟ ମଧ୍ୟରେ ବାଇକ୍ ପୁରାଇବା କିମ୍ବା ଅଯଥା ଗହଳି ସୃଷ୍ଟି କରିବାକୁ ବାରଣ ଥିବା ବେଳେ କିଛି ଲୋକ ଏହି ନିୟମ ମାନିନଥିଲେ। ଫଳରେ ଜିଲ୍ଲାପାଳ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ନିୟମ ଉଲ୍ଲଂଘନକାରୀଙ୍କୁ ଏକ ଲାଠିରେ ଗୋଡେଇ ଗୋଡେଇ ପିଟିଥିଲେ। ଆଇନ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ଏହି ଚଢାଉ ବେଳେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଉପଜିଲ୍ଲାପାଳ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ସାମିଲ ଥିଲେ। ଜିଲ୍ଲାପାଳଙ୍କ ଏପରି ଆକ୍ସନ୍ ମୁଡ୍ ଦେଖି ଲୋକଙ୍କ ଭିତରେ ଛନକା ପଶିଯାଇଥିଲା। ବେପାରୀମାନେ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.