ETV Bharat / state

ଯାଜପୁରରେ କୋରୋନା ଆତଙ୍କ: 144 ଧାରା ଲାଗୁ, ବାରୁଣୀ ମେଳା ବାତିଲ

author img

By

Published : Mar 16, 2020, 11:07 PM IST

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ସୋମବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

Corona fear in jajpur, jajpur latest news, section 144 implemented in jajpur, baruni mela in jajpur cancelled, ଯାଜପୁରରେ ବାରୁଣୀ ମେଳା ବାତିଲ, ଯାଜପୁରରେ 144 ଧାରା ଜାରି, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁରରେ କୋରୋନା ଆତଙ୍କ
ଯାଜପୁରରେ କୋରୋନା ଆତଙ୍କ: 144 ଧାରା ଲାଗୁ, ବାରୁଣୀ ମେଳା ବାତିଲ

ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ସୋମବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ନିଷ୍ପତ୍ତି ଅନୁୟାୟୀ ଆସନ୍ତା 21 ତାରିଖରୁ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ମେଳାକୁ ବାତିଲ କରାଯାଇଛି । ସେହିପରି ସାରା ଜିଲ୍ଲାରେ ହେବାକୁ ଥିବା ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି । ସାରା ଜିଲ୍ଲାରେ 144 ଧାରା ମଧ୍ୟ ଲାଗୁ କରାଯାଇଛି ।

ଏହି ନିୟମ ଅନୁଯାୟୀ କୌଣସି ଗୋଟିଏ ଜାଗାରେ 5ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ନ ହେବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ହାଟ ଓ ବଜାର ଉପରେ ନଜର ରଖାଯାଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପାଖକୁ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ସେପଟେ ପଞ୍ଚାୟତସ୍ତରରେ ଅଙ୍ଗନବାଡି କର୍ମୀମାନେ ଲୋକଙ୍କୁ ସଚେତନ କରିବେ । ପ୍ରତ୍ୟେକ ପଞ୍ଚାୟତରେ ହେଲ୍ପ ଲାଇନ ଖୋଲାଯିବ ବୋଲି ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥିସହିତ ଜିଲ୍ଲାର କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କୋରୋନା ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ସ୍ବତନ୍ତ୍ର ୱାର୍ଡ ନିର୍ମାଣ ଚାଲିଛି । କୋରୋନା ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯିବ ଏବଂ ଆବଶ୍ୟକ ପଡିଲେ ସେମାନଙ୍କୁ ଗିରପଂ କରାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.