ETV Bharat / state

ଚେତିଲା ଶିଶୁ ସୁରକ୍ଷା ୟୁନିଟ, ଯକ୍ଷ୍ମା ପୀଡିତ ଅନାଥ ନାବାଳକକୁ କଲା ଉଦ୍ଧାର - jajpur

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅଭିଯୋଗ ପତ୍ର ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନାବାଳକକୁ ଉଦ୍ଧାର କରି ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରିଛି ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ଯାଜପୁର
author img

By

Published : Feb 21, 2019, 8:52 PM IST

ଯାଜପୁର: ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅଭିଯୋଗ ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ନିଦ ଭାଙ୍ଗିଛି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଗୋବରଘାଟି ପଞ୍ଚାୟତର ବେଲବାହାଳି ଗାଁରୁ ଏକ ଅବହେଳିତ ନାବାଳକକୁ ଉଦ୍ଧାର କରିଛି ଶିଶୁ ସୁରକ୍ଷା ୟୁନିଟ୍ । ନାବାଳକ ଜଣକ କଳିଙ୍ଗନଗର ଶିଳ୍ପାଞ୍ଚଳ ଉପକଣ୍ଠରେ ଥିବା ବେଲବାହାଳି ଗାଁର ନାଗେଶ୍ବର ହାଇବୁରୁଙ୍କ 14 ବର୍ଷୀୟ ପୁଅ ମାନସିଂ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ଯାଜପୁର

ପିଲାଟି ବାପା ମାଙ୍କୁ ହରାଇବା ପରେ ସର୍ବହରା ହୋଇଯାଇଛି । ଏବେ ସେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହେବା ପରେ ତା ପାଠପଢାରେ ମଧ୍ୟ ଲାଗିଛି ବେଡି । ପରିବାରରେ ତାର ସାନ ବଡ କରି 5 ଭଉଣୀ । ସେଥି ମଧ୍ୟୁ ଜଣେ ଲେମ୍ବୁ, ଧନିଆଁ ଆଦି ବିକ୍ରି କରି ପେଟ ପାଇଁ ଦାନ ଯୋଗାଡ କରୁଥିବା ବେଳେ । ଏବେ ଖେଳିବା ବୁଲିବା ବୟସରେ ମାନସିଂ ଉପରେ ପରିବାର ଦାୟିତ୍ୱ ପଡିଛି ।

ତେବେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅଭିଯୋଗ ପତ୍ର ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନାବାଳକକୁ ଉଦ୍ଧାର କରି ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରିଛି । ନାବାଳକର ଚିକିତ୍ସା କରାଇବା ସହିତ ତାର ପାଠପଢା ଓ ଅନ୍ୟ ସମସ୍ତ ଦାୟିତ୍ବ ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ତପନ କୁମାର ପଣ୍ଡା କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ଚିଟଫଣ୍ଡ-ହତ୍ୟା ଘଟଣାରେ ବିଜେଡି-ବିଜେପି ବାକ୍ ଯୁଦ୍ଧ

ଭୁବନେଶ୍ବର: ଚିଟଫଣ୍ଡ ଓ ବିଜେଡି ନେତା ଲକ୍ଷ୍ନୀଧର ହତ୍ୟା ଘଟଣାରେ ତେଜିଲା ବିଜେଡି-ବିଜେପି ବାକ୍ ଯୁଦ୍ଧ । ଚିଟ୍‌ଫଣ୍ଡ ଠକେଇକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ କରିଛି ସିବିଆଇ। ଯାହାକି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି ବିଧାୟକ ସମୀର ଦାଶ କହିଛନ୍ତି । ନିର୍ବାଚନ ବେଳେ କେନ୍ଦ୍ର  ଜାଣିଶୁଣି ବ୍ଲେମ୍ କରିବାକୁ ଯାଇ ଏପରି ନୋଟିସ ଦେଇଥିବା ବିଜେଡି କହିଛି ।

ସେହିପରି ଲକ୍ଷ୍ନୀଧର ହତ୍ୟା ମାମଲାରେ ବିଜେପି ନେତାଙ୍କୁ ସମନ କରିଛି ଓଡ଼ିଶା ପୋଲିସ । ଯାହାକୁ ବିଜେପି ସହଜରେ ଗ୍ରହଣ କରିପାରି ନାହିଁ । ସିବିଆଇ ସମନକୁ କାଉଣ୍ଟର କରିବାକୁ ଯାଇ ଶାସକ ଦଳ ପୋଲିସକୁ ବ୍ୟବହାର କରୁଛି ବୋଲି ବିଜେପି କହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ କହିଛନ୍ତି ପୁଲିସ୍‌ ଓ ସିବିଆଇ ଶାସକ ଦଳ ଇସାରାରେ ଚାଲୁଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ନ୍ୟୁଜ୍

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.