ଯାଜପୁର: ଜିଲ୍ଲା ବିଞ୍ଝାରପୁର ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛି ବିଜେପି । ଏନେଇ ବିଞ୍ଝାରପୁର ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟରେ ବିଡିଓ ମିନତୀ ଜଗଦେବଙ୍କ ସହ ସାକ୍ଷାତ କରି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ବରେ ଅନ୍ୟାନ୍ୟ ନେତୃବୃନ୍ଦ ଏବଂ କର୍ମୀଙ୍କ ଉପସ୍ଥିତିରେ ଏହି ଦାବିପତ୍ର ଦିଆଯାଇଛି । ଅନ୍ୟପକ୍ଷରେ ବିଜେପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଓ । ତେବେ ଯଦି ଅଭିଯୋଗ ସତ୍ୟ ବୋଲି ଜଣାପଡେ, ତେବେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ପ୍ରତିକ୍ରିୟା ରଖିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ