ETV Bharat / state

ସିବିଆଇ ତଦନ୍ତ ଦାବିରେ ତାତିଲା ବିଜେପି ମହିଳା ମୋର୍ଚ୍ଚା

author img

By

Published : Nov 5, 2019, 7:38 PM IST

ଯାଜପୁର ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଏହାର ପ୍ରତିବାଦରେ ଯାଜପୁରର କିଆନାଳୀ ଛକରୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା ବାହାରିଥିଲା। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଜିଲ୍ଲାର ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଏହାର ପ୍ରତିବାଦରେ ଯାଜପୁରର କିଆନାଳୀ ଛକରୁ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା ବାହାରିଥିଲା। ଜିଲ୍ଲା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ବରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ମହିଳା କର୍ମୀ।

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ସହ ଯାଜପୁର ଏସପି ଚରଣ ସିଂ ମୀନା ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ ଦଳର ମହିଳା କର୍ମୀ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଗତ ଅକ୍ଟୋବର 16ତାରିଖରେ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କର ଘଟିଥିଲା ସନ୍ଦେହଜନକ ମୃତ୍ୟୁ । ସରପଞ୍ଚ ସ୍ବାମୀ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସରୁ ଉଦ୍ଧାର ହୋଇଥିଲା ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ। ଏ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ଅଭିଯୁକ୍ତ ରୂପେସ୍ ଭଦ୍ର। ସେପଟେ ଏହି ଘଟଣାର ସଠିକ ତଦନ୍ତ ଦାବି କରି ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Bjp protest
format-avb(followup)
reporter-Gyanaranjan ojha
place-jajpur
date-05.11.19
anchor---ଯାଜପୁର ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣା। ଯାଜପୁର କିଆନାଳୀ ଛକରୁ ବାହାରିଲା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶୋଭାଯାତ୍ରା । ଯାଜପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ବରେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଶତାଧିକ ମହିଳା କର୍ମୀ।ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ, ଯାଜପୁର ଏସପି ଚରଣ ସିଂ ମୀନା ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କଲେ ମହିଳା କର୍ମୀ । ଗତ ଅକ୍ଟୋବର 16ତାରିଖ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କର ଘଟିଥିଲା ସନ୍ଦେହ ଜନକ ମୃତ୍ୟୁ । ସରପଞ୍ଚ ସ୍ବାମୀ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ୍ ରୁ ଉଦ୍ଧାର ହୋଇଥିଲା ସ୍ମିତାରାଣୀଙ୍କ ଝୁଲନ୍ତା ଶବ। ଏହି ଘଟଣାରେ ଗିରଫ୍ ହୋଇ କୋର୍ଟ ଚାଲାଣ ହୋଇଥିଲେ ଅଭିଯୁକ୍ତ ରୂପେସ୍ ଭଦ୍ର । ରେପେସଙ୍କୁ ମାନ୍ୟବର ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଜାମିନ ନାମଞ୍ଜୁର କରି ଯାଜପୁର ରୋଡ ସବଜେଲକୁ ପଠାଇଥିଲେ ।
bite-01--ବବିତା ମଲ୍ଲିକ, ଜିଲ୍ଲା ସଭାନେତ୍ରୀ, ବିଜେପି ମହିଳା ମୋର୍ଚ୍ଚା, ଯାଜପୁର
Bite-02--ଦିପ୍ତିରେଖା ମିଶ୍ର, ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.