ଯାଜପୁର: ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ବରୀ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସଚେତନ କରୁଛି ବିଜେପି । ବିଜେପି ବରିଷ୍ଠ ନେତା ଅମିୟକାନ୍ତ ମଲ୍ଲିକଙ୍କ ନେତୃତ୍ବରେ ଦଳର ଶତାଧିକ କର୍ମୀ ବରୀ ପଞ୍ଚାୟତର ଦଳିତସାହି ଲୋକଙ୍କୁ ସଚେତନ କରାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପରିଷଦର ସଭ୍ୟ ଶିବପ୍ରସାଦ ନାୟକ ସାମିଲ ହୋଇ କିଭଳି ଏହି ଆଇନ ଲୋକେ ଲାଭ ପାଇବେ ସେ ସମ୍ପର୍କରେ ସଚେତନ କରିଥିଲେ । ସେହିପରି ଭାରତର ପଡେଶୀ ରାଷ୍ଟ୍ରରେ ରହି ନିର୍ଯାତନାର ଶିକାର ହେଉଥିବା ଅଧିବାସୀଙ୍କୁ ଆମ ଦେଶରେ ରହିବାର ସୁଯୋଗ ଦେବା ସହିତ ସେମାନଙ୍କୁ ଆମ ଦେଶର ନାଗରିକତ୍ବ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏଭଳି ଆଇନକୁ କାର୍ଯ୍ୟକାରୀ କରାଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ବିରୋଧୀ ଦଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରି ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ବିଜେପି ।
ଯାଜପୁରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ