ଯାଜପୁର: ଶେଷ ହେଇଛି ପଞ୍ଚାୟତ ନିର୍ବାଚନ। ଜିଲ୍ଲାର ୩୯ ଟି ଜିଲ୍ଲା ପରିଷଦ ଜୋନରୁ ୩୯ ଟି ଜୋନ ହାତେଇଛି ଶାସକ ବିଜେଡି। ଯାଜପୁର ଜିଲ୍ଲାରେ ଖାତା ଖୋଲି ପାରିନାହିଁ କଂଗ୍ରେସ କି ବିଜେପି ।
ଗତ ଥର ୩୯ ଟି ଜୋନରୁ ବିଜେଡି ୩୩ ଟି ଓ ବିଜେପି ୬ ଟି ଜୋନ ଦଖଲ କରିଥିଲା। ମାତ୍ର ଚଳିତ ନିର୍ବାଚନରେ ଶାସକ ଦଳର ଅର୍ଥବଳ ଓ ବାହୁବଳ ଯୋଗୁଁ ଏଭଳି ସଫଳତା ହାସଲ କରିଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି।
ଏହି ନିର୍ବାଚନରେ ବିଜେଡି ଦଳ ଯେଭଳି ସଫଳତା ପାଇଛି ବିରୋଧୀ କଂଗ୍ରେସ ଦଳ ପାଇଁ ଚିନ୍ତା ବଢାଇଛି । ବିଜେଡି ଦଳ ହିଂସାକାଣ୍ଡ କରିବା ସହିତ ବ୍ୟାପକ ଅର୍ଥ ଖର୍ଚ୍ଚ କରି ଏହି ସଫଳତା ଅର୍ଜନ କରିଥିବା କଂଗ୍ରେସ ସଭାନେତ୍ରୀ ଅଭିଯୋଗ କରିଛନ୍ତି । ସେପଟେ କିଛି ସ୍ଥାନରେ କଂଗ୍ରେସ ଦଳ ସଫଳତା ପାଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ