ଯାଜପୁର: କୋରୋନା କବଳରେ ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଆଜି କୋରୋନା ସଂକ୍ରମିତ ହେବାପରେ ସେ ଆଜି(ମଙ୍ଗଳବାର) ନିଜର ଟ୍ବିଟର ଆକାଉଣ୍ଟରୁ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ ତାଙ୍କର କୋରୋନା ଭାଇରସର କୌଣସି ଲକ୍ଷଣ ନଥିବା ସେ ସୂଚନା ଦେଇଛନ୍ତି।
କୋରୋନା ସଂକ୍ରମିତ ହେବାପରେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଏଥିପାଇଁ ସୁକିନ୍ଦା ବିଧାୟକଙ୍କୁ ପ୍ରୀତିରଞ୍ଜନଙ୍କୁ ପ୍ରାୟ 2 ସପ୍ତାହ ସଂଗରୋଧରେ ରହିବାକୁ ହେବ। ତେବେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି।
ଏନେଇ ସୁକିନ୍ଦାର ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଟ୍ବିଟ କରିଛନ୍ତି ଯେ, "ଯଦିଓ କୋରୋନାର କୌଣସି ଲକ୍ଷଣ ନାହିଁ; କିନ୍ତୁ ମୋର ସ୍ବାବ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୁଁ 2ସପ୍ତାହ ସଂଗରୋଧରେ ରହୁଛି।"
ତେବେ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟିନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ନିଜର କୋରୋନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି।