ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରେ ଆଶାକର୍ମୀଙ୍କୁ ପ୍ରବାସୀଙ୍କ ଦୁର୍ବ୍ୟବହାର ଅଭିଯୋଗ - ଯାଜପୁର କ୍ବାରେଣ୍ଟାଇନ ସେଣ୍ଟରରେ ଦୁର୍ବ୍ୟବହାର

ସମ୍ମାନ ଦେବା ବଦଳରେ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି । ଘଟଣାଟି ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁବଳ ଗ୍ରାମର । ଏଠାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ସେବାରେ ନିୟୋଜିତ ଆଶାକର୍ମୀ ସଙ୍ଗୀତା ନାୟକଙ୍କୁ ପ୍ରବାସୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

misbehave in quarantine center, quranatine center, jajpur latest news, misbehaviour to ashakarmi in jajpur, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁର କ୍ବାରେଣ୍ଟାଇନ ସେଣ୍ଟରରେ ଦୁର୍ବ୍ୟବହାର, କ୍ବାରେଣ୍ଟାଇନ ସେଣ୍ଟରରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର
କ୍ବାରେଣ୍ଟାଇନ ସେଣ୍ଟରରେ ଆଶାକର୍ମୀଙ୍କୁ ପ୍ରବାସୀଙ୍କ ଦୁର୍ବ୍ୟବହାର
author img

By

Published : Jul 13, 2020, 8:39 PM IST

ଯାଜପୁର: ରାଜ୍ୟ ବାହାରୁ ପ୍ରବାସୀମାନଙ୍କୁ ପ୍ରଥମେ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇ ସେମାନଙ୍କ ଯତ୍ନ ନିଆଯାଉଥିବା ବେଳେ ସେମାନଙ୍କ ସେବା ପାଇଁ ଦିନରାତି ଏକ କରି କାମ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ । ହେଲେ ସମ୍ମାନ ଦେବା ବଦଳରେ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଛି । ଘଟଣାଟି ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁବଳ ଗ୍ରାମର । ଏଠାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ସେବାରେ ନିୟୋଜିତ ଆଶାକର୍ମୀ ସଙ୍ଗୀତା ନାୟକଙ୍କୁ ପ୍ରବାସୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

କ୍ବାରେଣ୍ଟାଇନ ସେଣ୍ଟରରେ ଆଶାକର୍ମୀଙ୍କୁ ପ୍ରବାସୀଙ୍କ ଦୁର୍ବ୍ୟବହାର

ଅଭିଯୋଗ ମୁତାବକ ପ୍ରବାସୀଙ୍କ ସଂସ୍ପର୍ଶରେ ଆଶାକର୍ମୀ ଜଣଙ୍କ ଆସିବାରୁ ତାଙ୍କୁ ସନ୍ଦିଗ୍ଧ କହି ବାସନ୍ଦ କରିବାକୁ ପ୍ରବାସୀମାନେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇଥିଲେ । ଏନେଇ ଆଶାକର୍ମୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିବା ସେ ଜଣାଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେ ଦାବି କରିଛନ୍ତି ।

ଆଶାକର୍ମୀ ଜଣଙ୍କ ଏହା ମଧ୍ୟ କହିଛନ୍ତି କି ତାଙ୍କୁ ବାରମ୍ବାର ଧମକ ଚମକ ଦିଆଯାଉଛି । ଏଥିପାଇଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ମନେ କରିବା ସହ ଏସମ୍ପର୍କରେ ସେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିବା ଜଣାଇଛନ୍ତି । ସେପଟେ ସମ୍ପୃକ୍ତ ଘଟଣାର ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ଶାସ୍ତି ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ମାନବାଧିକାର କର୍ମୀ ସ୍ବର ଉତ୍ତୋଳନ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.