ETV Bharat / state

କାଲିଠୁ ସର୍ବଭାରତୀୟ କବାଡି ପ୍ରତିଯୋଗିତା, ଯୋଗଦେବେ ୩୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଦଳ - ଯାଜପୁର ଖଣ୍ଡିତରଠାରେ ସର୍ବଭାରତୀୟ କବାଡି ପ୍ରତିଯୋଗିତା

ଆସନ୍ତାକାଲିଠାରୁ ଯାଜପୁର ଜିଲ୍ଲା ଖଣ୍ଡିତରଠାରେ ସର୍ବଭାରତୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଥର ଉଭୟ ଉଭୟ ପୁରୁଷ ଓ ମହିଳା ବର୍ଗରେ ୩୦ରୁ ଊର୍ଦ୍ଧ୍ବ ଦଳ ଯୋଗ ଦେବେ । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ଠାରୁ ସର୍ବଭାରତୀୟ କବାଡି ପ୍ରତିଯୋଗିତା

author img

By

Published : Jun 12, 2023, 7:41 PM IST

ଆସନ୍ତାକାଲି ଠାରୁ ସର୍ବଭାରତୀୟ କବାଡି ପ୍ରତିଯୋଗିତା

ଯାଜପୁର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ କବାଡି ପ୍ରତିଯୋଗିତା । ପ୍ରତିବର୍ଷ ରଜକୁ ଦୃଷ୍ଟିରେ ରଖି ଏହି କବାଡି ପ୍ରତିଯୋଗିତା ଆରମ୍ଭ ହେଇଥାଏ । ତେବେ ଆସନ୍ତାକାଲିଠାରୁ ଯାଜପୁର ଖଣ୍ଡିତରଠାରେ ଉଦ୍‌ଘାଟାନ ହେବ ୬୮ତମ ସର୍ବଭାରତୀୟ କବାଡି ପ୍ରତିଯୋଗିତା । ଯାଜପୁର କବାଡି ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ରାଜ୍ୟ ତଥା ରାଜ୍ୟ ବାହାରର ୩୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ । ୪ ଦିନ ଧରି ଦିବାରାତ୍ର ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଜ ପର୍ବ ଅବସରରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଥିବାରୁ ଏହାକୁ ଉପଭୋଗ କରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଜିଲ୍ଲା ଯଥା ଜିଲ୍ଲା ବାହାରର କ୍ରୀଡ଼ାପ୍ରେମୀ ।

ଯୋଗଦେବେ ୩୨ ପୁରୁଷ ଓ ମହିଳା ଦଳ: ରଜ ଉତ୍ସବ ପୂର୍ବରୁ ଆରମ୍ଭ ହେବ ଯାଜପୁର ଜିଲ୍ଲା ଖଣ୍ଡିତରରେ ୬୮ତମ ସର୍ବଭାରତୀୟ କବାଡି ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ରାଜ୍ୟ ଓ ରାଜ୍ୟ ବାହାରର ପୁରୁଷ ବିଭାଗରେ ୨୪ ଓ ମହିଳା ବିଭାଗରେ ୮ଟି ଦଳ ଅଂଶଗ୍ରହଣ କରିବେ । ଦେଶର ଏହି ବଡ଼ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଯାଜପୁର କବାଡି ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପଡ଼ିଆ ଓ ଷ୍ଟାଡିୟମ ଗ୍ୟାଲେରୀ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିବର୍ଷ ମ୍ୟାଟ୍‌ରେ ଏହି ଖେଳ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଫ୍ଲଡ୍‌ ଲାଇଟର ବ୍ୟବସ୍ଥା କରାଯାଇଛି । ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଖେଳାଳୀ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ଦେଶର ଅନେକ ନାମିଦାମୀ ପ୍ରୋ' କବାଡି ଖେଳାଳୀ ଭାଗ ନେଉଥିବାରୁ ନୂତନ ଖେଳାଳୀମାନେ ଉତ୍ସାହିତ ହେବା ସହ ବେଶ୍ କିଛି ଶିଖିବାକୁ ଆଶା ରଖିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ପାଲଟିଛି ଗଣପର୍ବ: ଓଡ଼ିଶାରେ ରଜ ହେଉଛି ଏକ ସ୍ବତନ୍ତ୍ର ଉତ୍ସବ । ଏହି ଅବସରରେ ଗାଁ ଗଣ୍ଡାରେ କବାଡି ଖେଳ ଦେଖିବା ପାଇଁ ଓ ଖେଳିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ । ଏଥିପାଇଁ ଏହି ରଜ ଅବସରରେ ଆୟୋଜିତ ହୋଇଥାଏ ଏହି କବାଡି ପତିଯୋଗିତା । ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପାଲଟିଥାଏ ଏକ ଗଣପର୍ବ । ରଜ ଆସିଲେ ସ୍ଥାନୀୟ ଅଞ୍ଚଳର ଲୋକେ ଯେଉଁଠି ଥିଲେ ବି କବାଡି ଖେଳ ଦେଖିବା ପାଇଁ ଚାଲିଆସନ୍ତି ନିଜ ଗାଁ ଖଣ୍ଡିତରକୁ । ଏହି ଷ୍ଟାଡିୟମରେ ବର୍ଷର ସବୁଦିନେ ନୂତନ ଖେଳାଳୀମାନେ କବାଡି ଅଭ୍ୟାସ କରିଥାନ୍ତି । ରଜ ସମୟରେ ଏହି ଖେଳ ଆୟୋଜନ ହେବା ଦ୍ବାରା ନୂତନ ଖେଳାଳୀ ମାନେ ଅନେକ କିଛି ଶିଖିବାକୁ ମଧ୍ୟ ପାଇଥାନ୍ତି । ସେପଟେ ଏହି ଖେଳକୁ ପରିଚାଳନା କରିବା ପାଇଁ ରାଜ୍ୟ ବାହାରୁ ଅନେକ ଖେଳ ପରିଚାଳକ ପହଞ୍ଚିବା ସହିତ ଅପେକ୍ଷା କରିଛନ୍ତି ପ୍ରତିଯୋଗିତା ଆରମ୍ଭକୁ । ଅନ୍ୟପଟେ ଏହି ୪ ଦିନ ଧରି ହେବାକୁ ଥିବା କବାଡ଼ି ପ୍ରତିଯୋଗିତାରେ ଜିଲ୍ଲାପାଳ, ଏସ୍‌ପି, ମନ୍ତ୍ରୀ ଓ ବିଧାୟକ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଆସୋସିଏସନ୍‌ ପକ୍ଷରୁ ସୂଚନା ମିଳିଛି । ତେବେ ସର୍ବଭାରତୀୟ କବାଡି ପ୍ରତିଯୋଗିତାରେ ଦେଶର ଅନେକ ନାମିଦାମୀ କ୍ରୀଡ଼ାବିତ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ଏହାକୁ ଉପଭୋଗ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ ।

ଇଟିଭି ଭାରତ, ଯାଜପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.