ETV Bharat / state

ବେଲ ଗଛରେ ନାହିଁ ଗୋଟିଏ ବି କଣ୍ଟା: ଅଲୌକିକ ନା ବୈଜ୍ଞାନିକ କାରଣ ? - tree lovers

ଯାଜପୁରର ରାଉତରାପୁର ଗ୍ରାମରେ ଦେଖିବାକୁ ମିଳିଛି କଣ୍ଟା ବିହୀନ ବେଲ ଗଛ । 100 ବର୍ଷ ତଳର ପୁରୁଣା ଏହି ଗଛରେ ଆଦୌ କଣ୍ଟା ନଥିବାରୁ ଲୋକେ ଏହାକୁ ଏକ ଅଲୌକିକ ବିବେଚନା କରି ପୂଜାର୍ଚ୍ଚନା କରାଯାଉଛି । ଅଧିକ ପଢନ୍ତୁ

ଯାଜପୁରରେ କଣ୍ଟାବିହୀନ ବେଲ ଗଛ
ଯାଜପୁରରେ କଣ୍ଟାବିହୀନ ବେଲ ଗଛ
author img

By

Published : Jul 23, 2023, 8:54 PM IST

ଯାଜପୁରରେ କଣ୍ଟାବିହୀନ ବେଲ ଗଛ

ଯାଜପୁର: ବେଲ ଗଛ କଥା କହିଲେ ସାଧରଣତଃ ସମସ୍ତେ ଜାଣିଛନ୍ତି ଗଛ ସାରା କଣ୍ଟା । ମାତ୍ର ଏଭଳି ଏକ ବେଲ ଗଛ କେବେ ଆପଣ ଦେଖି ନଥିବେ, ଯେଉଁଥିରେ ଆଦୌ କଣ୍ଟା ନାହିଁ । ହେଲେ ଏଭଳି କଣ୍ଟା ବିହୀନ ବେଲ ଗଛ ଦେଖିବାକୁ ମିଳିଛି ଯାଜପୁର ପୌରାପାଳିକାର ରାଉତରାପୁର ଗ୍ରାମରେ । ପାଖା ପାଖି 100 ବର୍ଷ ତଳର ପୁରୁଣା ଏହି ଗଛରେ ଆଦୌ କଣ୍ଟା ନଥିବାରୁ ଲୋକେ ଏହାକୁ ଏକ ଅଲୌକିକ ଘଟଣା ଭାବି ପୂଜାର୍ଚ୍ଚନା କରୁଛନ୍ତି। ଅନ୍ୟପଟେ ଏଭଳି ବେଲ ଗଛ ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଥିବାରୁ ଏହାକୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।

ତେବେ ଯାଜପୁର ପୋୖରପାଳିକାର ରାଉତରାପୁର ଅଞ୍ଚଳର ସଞ୍ଜୟ ସ୍ଵାଇଁଙ୍କ ଘର ଆଗରେ ରହିଛି ପାଖାପାଖି 100 ବର୍ଷର ପୁରୁଣା ବେଲ ଗଛ । ଆଉ ଏହି ଗଛ ମୂଳରେ ପୂଜା ପାଇଥାନ୍ତି ମା' ବୁଢୀ ବାସୁଳେଇ । ସଞ୍ଜୟ ଦଶରଥପୁର ବ୍ଲକ ରାହାସୋଇ ଗ୍ରାମର ନିବାସୀ ହୋଇଥିବାବେଳେ ଗତ ୨୦୦୦ମସିହାରୁ ଏଠାରେ ଜାଗା କିଣି ଘର କରି ରହିଛନ୍ତି । ସଞ୍ଜୟଙ୍କ କହିଛନ୍ତି, "ଏ ବେଲ ଗଛରେ କିଛି ଐଶ୍ୱରୀୟ ଶକ୍ତି ରହିଛି । ପୂର୍ବରୁ ଅନେକ ଖରାପ ପରିସ୍ଥିତିରୁ ଏହି ଗଛ ମୁକୁଳେଇ ଦେଇଛି। ସେଥିପାଇଁ ଆମେ ଏହି ଗଛକୁ ପୂଜା କରିଆସୁଛୁ l" ସେପଟେ ସଞ୍ଜୟଙ୍କ ପତ୍ନୀ କହିଛନ୍ତି " ଆମେ ଏହି ବେଲ ଗଛକୁ ନିଜ ପରିବାର ଏକ ସଦସ୍ୟ ଭାବିବା ସହ ସଠିକ ଭାବେ ରକ୍ଷଣ ବେକ୍ଷଣ କରୁଛୁ।"

ଏହି ଗଛରେ ବେଲ ଫଳିବା ସହ ତ୍ରିଶାଖା ବେଲ ପତ୍ର ବି ରହିଥିବା ଦେଖିବାକୁ ମିଳିଛି । ହେଲେ ଏହି ବେଲ ଗଛରେ ଗୋଟିଏ ବି କଣ୍ଟା ନାହିଁ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି କଣ୍ଟା ବିହୀନ ବେଲର ମଞ୍ଜି କି ଚାରା ନଥିବାବେଳେ ତାହା କିଭଳି ଏଠାକୁ ଆସିଲା, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ କୌଣସି ଦୈବୀ ଶକ୍ତି ଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ଗଣେଶଙ୍କ ହାତରୁ ଝରୁଛି ମହୁ! ଲୋକେ କରୁଛନ୍ତି ପୂଜାର୍ଚ୍ଚନା

ପ୍ରତିଦିନ ଏହି କଣ୍ଟାବିହୀନ ବେଲ ଗଛକୁ ଦେଖିବା ସାଙ୍ଗକୁ ପୂଜାର୍ଚ୍ଚନା କରୁଛନ୍ତି ଆଖପାଖ ଅଞ୍ଚଳର ଲୋକେ । ଗୋଟିଏ ପଟେ ଜିଲ୍ଲାରେ ଏଭଳି ଗଛ ପ୍ରଥମ ଥର ଦେଖାଯାଉଥିବାରୁ ଗଛକୁ ଦେଖିବା ପାଇଁ ଆସୁଥିବା ଲୋକେ ଅଲୌକିକ ଘଟଣା ବୋଲି ବିଶ୍ୱାସ କରୁଛନ୍ତି । ଅନ୍ୟପଟେ ଆଉ କିଛି ବ୍ୟକ୍ତି ବିଶେଷ ଏହା ପଛରେ ବୈଜ୍ଞାନିକ କାରଣ ଥିବା ଅନୁମାନ କରୁଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.