ETV Bharat / state

ଋଣ ପରିଶୋଧ କରି ନ ପାରିବାରୁ ଯୁବକଙ୍କୁ ବନ୍ଧକ ରଖିଲା ଫାଇନାନ୍ସ କମ୍ପାନୀ, ଜଣେ ଅଟକ

author img

By

Published : Aug 27, 2021, 9:50 PM IST

ଫାଇନାନ୍ସ କମ୍ପାନୀର ଜୁଲୁମ୍ । ଋଣ ଆଣି ସୁଝି ନ ପାରିବାରୁ ଅପହରଣ କରି ଅଟକ ରଖିଲା ଫାଇନାନ୍ସ କମ୍ପାନୀ । ଅଧିକ ପଢନ୍ତୁ...

ଋଣ ପରିଶୋଧ କରି ନ ପାରିବାରୁ ଯୁବକଙ୍କୁ ଅପହରଣ କଲା ଫାଇନାନ୍ସ କମ୍ପାନୀ, ଜଣେ ଅଟକ

ଯାଜପୁର: ଋଣ ଆଣିବା ଯୁବକଙ୍କ ପାଇଁ କାଳ ହେଲା । ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ ଆଣି ସୁଝି ନ ପାରିବାରୁ ଯୁବକଙ୍କୁ ଅପହରଣ କରି ନେଇ ବନ୍ଧକ ରଖିଲେ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ । ତେବେ ପୋଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହିତ ଅପହରଣ କରିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ସୂଚନାନୁଯାୟୀ ଘରୋଇ ଫାଇନାନ୍ସ କମ୍ପାନୀରୁ ଖଣ୍ଡରା ଅଞ୍ଚଳର ମାନସ ଗେଡି ନାମକ ଯୁବକ ଋଣ ନେବା ପରେ ଧିରେ ଧିରେ ସୁଧ ପରିଶୋଧ କରୁଥିବା ବେଳେ କିଛି ଦିନ ହେବ କୌଣସି ସମସ୍ୟା ନେଇ ଋଣ ପଇସା ଦେଇପାରି ନଥିଲେ । ତେବେ ଋଣ ଶୁଝି ନ ପାରିବା ଅଭିଯୋଗରେ କମ୍ପାନୀର କର୍ମଚାରୀ କୋରେସା ବିବି ଓ ଅନ୍ୟ ଦୁଇ ଜଣ ଯୁବକ ମାନସଙ୍କୁ ଅପହରଣ କରି ନେଇ କୁସୁମା ପାର୍କ ନିକଟରେ ଏକ ଘରେ ଅଟକ ରଖିଥିଲେ ।

ତେବେ ସ୍ବାମୀଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଅପହରଣ କରିନେଇଥିବା ଅଭିଯୋଗରେ ମାନସଙ୍କ ପତ୍ନୀ ଯାଜପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.