ETV Bharat / state

Panchayat Election: ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେଲେ ହେଭିୱେଟ

author img

By

Published : Feb 18, 2022, 7:14 PM IST

ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ମତଦାନ ହୋଇଛି। ଅଧିକ ପଢ଼ନ୍ତୁ

2nd phase panchayat election in jajpur
ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଭୋଟ ଦେଲେ ହେଭିୱେଟ ନେତା

ଯାଜପୁର: ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ମତଦାନ ହୋଇଛି। ବ୍ଲକର 35ଟି ପଞ୍ଚାୟତର 4ଟି ଜିଲ୍ଲା ପରିଷଦ ଜୋନରେ ଜନତା ମତାଧିକାର ସାବ୍ୟସ୍ଥ କରିଛନ୍ତି। ତେବେ କୋଭିଡ କଟକଣା ସହ ଶାନ୍ତି ଶୃଙ୍ଖଳାରେ ମତଦାନ ହୋଇଛି।

ରାଜ୍ୟ ବିଜେପିର ମୁଖପାତ୍ର ତଥା ଜିଲା ବିଜେପି ସଭାପତି ଗୌତମ ରାୟ ଶୁଶୁଆ ପଞ୍ଚାୟତର 7 ନମ୍ବର ବୁଥରେ ମତଦାନ କରିଛନ୍ତି। ସେହିପରି ବଡଚଣା ବ୍ଲକ ଅଣକା ପଞ୍ଚାୟତ ୧୧ନମ୍ବର ବୁଥ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ତାଙ୍କ ପତ୍ନୀ ଅନିତା ଶତପଥୀ ଓ ପୁତ୍ର ଆଦି ଶତପଥୀଙ୍କ ସହ ବୁଥରେ ପହଞ୍ଚି ମତଦାନ କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.