ETV Bharat / state

ଖଣି ଖାଦାନ ଲାଭାଂଶ କୁଆଡେ ଯାଉଛି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା - ଅର୍ଜୁନ ମୁଣ୍ଡାଙ୍କ ତିନି ଦିନିଆ ଯାଜପୁର ଗସ୍ତ

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଯାଜପୁର ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି । ଆଜି ଦ୍ବିତୀୟ ଦିନରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱିତୀୟ ଦିନ ଯାଜପୁର ଗସ୍ତ

author img

By

Published : Sep 10, 2022, 8:30 PM IST

ଯାଜପୁର: କେନ୍ଦ୍ର ଆଦିବାସୀ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ତିନି ଦିନିଆ ଯାଜପୁର ଗସ୍ତ । କେନ୍ଦ୍ରମନ୍ତ୍ରୀ ଯାଜପୁର ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଆଜି ଗସ୍ତର ଦ୍ବିତୀୟ ଦିନରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ମୁଣ୍ଡା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବଉଳମାଳ ପଞ୍ଚାୟତର ଇଚ୍ଛାପୁର ଠାରେ ଅନୁସୂଚିତ ଜନଜାତି ସମାବେଶକୁ ସମ୍ବୋଧନ କରିଛନ୍ତି । ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ବରେ ଯାଜପୁର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଣ୍ଡା ଯୋଗ ଦେଇ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ସଠିକ ହିତାଧିକାରୀଙ୍କୁ ଦେଉନଥିବା କହି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ଏହା ସହିତ କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କର ଟୀକା ଯୋଜନା ଲୋକଙ୍କୁ ନୂଆ ଜୀବନ ଦେଇଛି ବୋଲି କହିଥିଲେ କେନ୍ଦ୍ର ଆଦିବାସୀ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେ ଆହୁରି ମଧ୍ୟ କହିଥିଲେ ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ଖଣିଜ ସମ୍ପଦରେ ଭରପୁର ରହିଛି । ହେଲେ ଏହାର ଲାଭାଂଶ କୁଆଡେ ଯାଉଛି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ।

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱିତୀୟ ଦିନ ଯାଜପୁର ଗସ୍ତ

ଏହି ଅବସରରେ ସ୍ଥାନୀୟ ଆଦିବାସୀ ସାହି ଖଜୁରିବାଟି ଗାଁର ଆଦିବାସୀ ମନୋଜ ଘଡେଇଙ୍କ ଘରେ ଗୃହ ଭୋଜନ କରିଥଲେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଗତକାଲି କେନ୍ଦ୍ରମନ୍ତ୍ରୀ ମୁଣ୍ଡା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରି ଜିଲ୍ଲାପାଳଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସପି ରାହୁଲ ପି ଆର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ସେ ଦର୍ଶନ କରିଥିଲେ । ସେଠାରୁ ଜିଲ୍ଲାପାଳ ଅଫିସରେ ଏକ ସରକାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ପକ୍ଷରୁ ଆସିଥିବା ବିଭିନ୍ନ ଯୋଜନାର କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ଏହା ସହିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.