ETV Bharat / state

ଯାଜପୁରରେ 23 ପଜିଟିଭ ସହ 1088ରେ ପହଞ୍ଚିଲା ସଂକ୍ରମିତ ସଂଖ୍ୟା - ଯାଜପୁର ଖବର

ଯାଜପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ହଜାରେ ଅତିକ୍ରମ କରିସାରିଛି । ଶୁକ୍ରବାର ଜିଲ୍ଲାରେ ୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶନିବାର 23 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ଜିଲ୍ଲାରେ ଲାଗୁ ହୋଇଥିବା 14 ଦିନିଆ ଲକଡାଉନର ସ୍ଥିତି ପରଖିଛନ୍ତି ଆମ ସମ୍ବାଦଦାତା ।

23 new positive case found in jajpur
ଯାଜପୁରରେ 23 ପଜିଟିଭ ସହ 1088ରେ ପହଞ୍ଚିଲା ସଂକ୍ରମିତ ସଂଖ୍ୟା
author img

By

Published : Jul 25, 2020, 4:23 PM IST

ଯାଜପୁର: ଦୈନିକ ରାଜ୍ୟରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ହଜାରେ ଅତିକ୍ରମ କରିସାରିଛି । ଶୁକ୍ରବାର ଜିଲ୍ଲାରେ ୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶନିବାର 23 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଯାଜପୁରରେ 23 ପଜିଟିଭ ସହ 1088ରେ ପହଞ୍ଚିଲା ସଂକ୍ରମିତ ସଂଖ୍ୟା

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୮ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ ୮୯୫ ଜଣ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି । ଇତିମଧ୍ୟରେ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅବଶିଷ୍ଟ ୧୯୧ଟି ମାମଲା ସକ୍ରିୟ ଥିବା ଜଣାପଡିଛି । ତେବେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ ଜାରି ରହିଛି । ଲକଡାଉନ ସମୟରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି । କୌଣସି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅମାନିଆକୁ ସାବାଡ଼ କରିବା ପାଇଁ ବିଭିନ୍ନ ସ୍ଥାନରେ ଚେକିଂ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.