ETV Bharat / state

ବକେୟା ଦରମା ଦାବିରେ ଶ୍ରମିକ ଅଶାନ୍ତି, ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ

ପାରାଦ୍ବୀପରେ ଏଲ ଆଣ୍ଡ ଟି ଇଲାଷ୍ଟୀକ କମ୍ପାନୀ ବିରୋଧରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। ବକେୟା ଦରମା ନେଇ ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ଶ୍ରମିକ। ଅଧିକ ପଢ଼ନ୍ତୁ

worker protest in front of labour office in paradeep  demanding pending salary
ବକେୟା ଦରମା ଅଭିଯୋଗରେ ଶ୍ରମିକ ଅଶାନ୍ତି, ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ
author img

By

Published : Sep 21, 2022, 4:56 PM IST

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ବିଭିନ୍ନ କମ୍ପାନୀ ମାନଙ୍କରେ ଶ୍ରମିକମାନେ ଶୋଷଣ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। କିଛି ଦିନ ପୂର୍ବେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ବିରୋଧରେ ଶ୍ରମିକ ଶୋଷଣକୁ ନେଇ ଶତାଧିକ ଶ୍ରମିକ ଅଭୟଚନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଣି ଏଲ ଆଣ୍ଡ ଟି ଇଲାଷ୍ଟୀକ କମ୍ପାନୀ ବିରୋଧରେ ଶ୍ରମିକ ଅଶାନ୍ତି ଦେଖା ଦେଇଛି।

ବକେୟା ଦରମା ଅଭିଯୋଗରେ ଶ୍ରମିକ ଅଶାନ୍ତି

ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ କମ୍ପାନୀ ନିର୍ଦ୍ଧାରିତ ଦରମା ନ ଦେଇ ସେଥିରୁ ଅଧା ଦେଉଛନ୍ତି। ବକେୟା ଟଙ୍କା ମାଗିଲେ ସେମାନଙ୍କୁ ଧମକ ଚମକ ଦିଆଯାଉଛି। ଯାହାକୁ ନେଇ କର୍ମଚାରୀମାନେ ହୋ-ହାଲ୍ଲା କରିବା ସହ ପାରାଦ୍ୱୀପ ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ଶ୍ରମିକମାନେ କହିଛନ୍ତି, "ଗତ ଅଗଷ୍ଚ 20 ତାରିଖରେ କାର୍ଯ୍ୟର ଫାଇନାଲ ଦରମା ଦେବାକୁ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ଟଙ୍କା ମାଗିବାରୁ ଦେଲେନାହିଁ । ଏଥିସହ ଦୁଇ ମାସର ଦରମା ବାକି ରଖିଲେ । ଏଲ ଆଣ୍ଡ ଟି କମ୍ପାନୀରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ: ପାରାଦ୍ବୀପରେ ବିଜେପି ବିଜେଡି ମୁହାଁମୁହିଁ, ପ୍ରେସମିଟ୍‌ରେ ଗର୍ଜିଲା ବିଜେଡି

ଏହାପରେ ଶ୍ରମ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲୁ । ଗତ 19 ତାରିଖରେ କିଛି ଶ୍ରମିକଙ୍କ ଦରମାର ଅଧା ଟଙ୍କା ଆସିଥିବାବେଳେ ଆଉ କେତେକଙ୍କ ଟଙ୍କା ଆସିନାହିଁ । ଏନେଇ ପଚାରିବାରୁ ଧମକ ଦେଉଛନ୍ତି। ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରି ନ୍ୟାୟ ପ୍ରଦାନ କରିବାକୁ ଶ୍ରମିକଙ୍କ ପକ୍ଷରୁ ଦାବି ହୋଇଛି । ଅନ୍ୟପକ୍ଷରେ ଶ୍ରମ ଅଧିକାରୀ ଅଭିଯୋଗ ପାଇବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା ଖବର ମିଳିଛି ।

ଇଟିଭି ଭାରତ, ପାରାଦ୍ବୀପ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.