ଜଗତସିଂହପୁର: ସକାଳ 8ଟାରୁ ଆରମ୍ଭ ହେଲାଣି ଭୋଟ ଗଣତି । ହେଲେ ଜଗତସିଂହପୁର ଜିଲ୍ଲାରେ ଭୋଟ ଗଣତିରେ ଅହେତୁକ ବିଳମ୍ବ ଦେଖାଦେଇଛି । ସ୍ଥାନୀୟ ବିବେକାନନ୍ଦ ମହାବିଦ୍ୟାଳୟରେ ଆଜି ହେବାକୁ ଥିବା ଭୋଟ ଗଣତି କାର୍ଯ୍ୟକ୍ରମରେ ଘୋର ଅବ୍ୟବସ୍ଥା ଦେଖାଦେଇଛି ।
ନିର୍ଦ୍ଧାରିତ ସମୟରେ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଆସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯିବାରେ ବିଳମ୍ବ ହୋଇଥିଲା । ଜିଲ୍ଲା ପ୍ରଶାସନ ସକାଳ 8ଟାରେ ଭୋଟ ଗଣତି ସମୟ ନିର୍ଦ୍ଦାରଣ କରିଥିଲେ ମଧ୍ୟ ପ୍ରଶାସନିକ ତୃଟି ଯୋଗୁ ଗଣତିରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁର ସୁଶାନ୍ତ ପାତ୍ର , ଇଟିଭି ଭାରତ