ETV Bharat / state

ଝଙ୍କଡ ଶାରଳାଙ୍କ ମନ୍ଦିରରେ ଅର୍ଥ ସଙ୍କଟ

author img

By

Published : Feb 9, 2021, 10:29 PM IST

Updated : Feb 10, 2021, 6:08 AM IST

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ଏବେ ଆର୍ଥିକ ଅନାଟନ ଉପୁଜିଥିବା ଦେଖିବାକୁ ମିଳିଛି । କର୍ମଚାରୀଙ୍କ ଦରମା ଓ ମନ୍ଦିର ନୀତିକାନ୍ତି ପାଇଁ ଆବଶ୍ୟକୀୟ ଅର୍ଥ ସଙ୍କଟ ଦେଖାଦେଇଛି । ଅଧିକ ପଢନ୍ତୁ...

ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ଅର୍ଥ ଶଙ୍କଟ

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ଏବେ ଆର୍ଥିକ ଅନଟନ ଦେଖା ଦେଇଛି । ଯାହା ଦ୍ୱାରା ନୀତିକାନ୍ତି ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ଝଙ୍କଡ଼ ସ୍ଥିତ ମା' ଶାରଳା ଠାକୁରାଣୀ ବିଜେଙ୍କ ନାମରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ 7 ଶହ 50 ଏକର ଜମିରୁ ଅଧିକ ଭୂସମ୍ପତି ରହିଛି । ମନ୍ଦିର ପରିସରରେ ଥିବା ଭୋଗ ଦୋକାନ, ଦୀପ ଓ ଫୁଲ ଆଦି ଦୋକାନରୁ ବାର୍ଷିକ ପ୍ରାୟ 1 କୋଟି ଟଙ୍କାରୁ ଅଧିକ ଆୟ ହେଉ ଥିବାବେଳେ ବିଭିନ୍ନ ସୂତ୍ରରୁ ଦାନ ଆକାରରେ 1 କୋଟି ପାଖାପାଖି ବାର୍ଷିକ ଆୟ ହୋଇଥାଏ । ଏହି ସବୁ ଆୟରେ ମା'ଙ୍କ ନିତିଦିନ ପୂଜା ସହ ବିଭିନ୍ନ ପୂଜା ପାର୍ବଣ କରାଯିବା ସହିତ ଓ ମନ୍ଦିର କର୍ମଚାରୀଙ୍କ ଦରମା ପ୍ରଦାନ କରାଯାଇଥାଏ ।

ଝଙ୍କଡ ଶାରଳାଙ୍କ ମନ୍ଦିରରେ ଅର୍ଥ ସଙ୍କଟ
କିନ୍ତୁ ଚଳିତ ବର୍ଷ କୋଭିଡ କାରଣରୁ ବେଢ଼ା ଭିତରେ ଥିବା ଭୋଗ, ଦୀପ ଓ ଫୁଲ ଦୋକାନଗୁଡିକ ନିଲାମ ପ୍ରକ୍ରିୟା ବନ୍ଦ ରଖାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ମନ୍ଦିରକୁ ଏକ କୋଟି ଟଙ୍କାର ଅନୁଦାନରେ ବେଢ଼ା ମଧ୍ୟରେ ସୌନ୍ଦର୍ଯ୍ୟକରଣ ପାଇଁ ଭୋଗ, ଦୀପ ଓ ଫୁଲ ଦୋକାନଗୁଡିକ ଭାଙ୍ଗି ଦିଆଯାଇଛି । ଫଳରେ ବାହାର ବ୍ୟବସାୟୀ ଲାଭବାନ ହେଉଥିବା ବେଳେ ମନ୍ଦିର ଏଥିରୁ ବଞ୍ଚିତ ହେଉଛି । ଫଳରେ କର୍ମଚାରୀଙ୍କ ଦରମା ଓ ମନ୍ଦିର ନୀତିକାନ୍ତି ପାଇଁ ଆବଶ୍ୟକୀୟ ଅର୍ଥ ସଙ୍କଟ ଦେଖାଦେଇଛି । ଅପରପକ୍ଷରେ ଭୂ ସମ୍ପତ୍ତିଗୁଡିକ ଅଧିକାଂଶ ଜବରଦଖଲ ହୋଇରହିଛି । ଏସବୁ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 10, 2021, 6:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.