ETV Bharat / state

ଶଙ୍କର୍ଷଣଙ୍କ ଅଙ୍ଗୁର ଚାଷ, ପରିଶ୍ରମ ଓ ନିଷ୍ଠା ଆଗରେ ହାର ମାନିଛି ପାଣିପାଗ - ଶଙ୍କର୍ଷଣଙ୍କ ଅଙ୍ଗୁର ଚାଷ

ନିଜର ପରିଶ୍ରମ ଓ ନିଷ୍ଠା ବଳରେ ପ୍ରତିକୂଳ ପରିବେଶରେ ଅଙ୍ଗୁର ଫଳାଉଛନ୍ତି ସଦର ବ୍ଲକ ପାଟେଣୀ ଗାଁର ଉଚ୍ଚ ଶିକ୍ଷିତ ଚାଷୀ ଶଙ୍କର୍ଷଣ ସ୍ବାଇଁ । କେବଳ ଅଙ୍ଗୁରୁ ନୁହେଁ, ବିଭିନ୍ନ ପ୍ରଜାତିର ପିଜୁଳି, ଲିଚୁ, ଅମୃତଭଣ୍ଡା, କଟକୀ ବରକୋଳି ବି ତାଙ୍କ ଜମିରେ ଫଳାଇପାରୁଛନ୍ତି । ଅଧିକ ଖବର ପଢନ୍ତୁ...

jagatsinghpur
ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Nov 28, 2019, 1:47 AM IST

Updated : Nov 28, 2019, 12:56 PM IST

ଜଗତସିଂହପୁର: ନିଷ୍ଠା, ନିରନ୍ତର ଉଦ୍ୟମ ଓ ପରିଶ୍ରମ ବଳରେ ପ୍ରତିକୂଳ ପରିବେଶ ସତ୍ତ୍ବେ ଅଙ୍ଗୁର ଫଳାଇଛନ୍ତି ଜଗତସିଂହପୁର ସଦର ବ୍ଲକ ପାଟେଣୀ ଗାଁର ଶଙ୍କର୍ଷଣ ସ୍ବାଇଁ । ସେ କେବଳ ଅଙ୍ଗୁର ନୁହେଁ ବରଂ ବିଭିନ୍ନ ପ୍ରଜାତିର ଫୁଲଫଳ ଚାଷ କରି ବେଶ ସ୍ବାବଲମ୍ବୀ ହୋଇପାରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସଫଳ ଚାଷୀ ଶଙ୍କର୍ଷଣ ଶ୍ରୀକୃଷ୍ଣ ଏକାଡେମୀରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ପରେ କଟକ ଜିଲ୍ଲା ବଡମ୍ବାର ଏମଏସ୍ କଲେଜରୁ ଗ୍ରାଜୁଏସନ କରିଥିଲେ । ଏହାପରେ ସେ ଜଗତସିଂହପୁରର ଏସଭିଏମ କଲେଜରୁ ଇତିହାସରେ M.A ପାସ କରିଥିଲେ। ସେତେବେଳେ ଉଚ୍ଚଶିକ୍ଷା ଲାଭ କରି ମଧ୍ୟ ଚାକିରୀ ପଛରେ ନ ଧାଇଁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଶଙ୍କର୍ଷଣ।

ପିଲାଟି ଦିନରୁ ଚାଷ ପ୍ରତି ଅହେତୁକ ଦୁର୍ବଳତା ରହିଥିବାରୁ ନିଜ ବାଡ଼ିରେ ସବୁଜିମା ଭରା ପରିବେଶ ସୃଷ୍ଟି କରିବା ସହିତ ମାଟିରୁ ସୁନା ଫଳାଇ ଅନ୍ୟ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି । ପ୍ରତିକୂଳ ପାଣିପାଗ ଭିତରେ ଏହି ଚାଷୀ ନିଜ ବାଡ଼ିରେ ଅଙ୍ଗୁର ଫଳାଇ ଦେଖାଇଛନ୍ତି। କେବଳ ମିଠା ସ୍ବାଦର ଅଙ୍ଗୁର ନୁହେଁ ଶଙ୍କର୍ଷଣ ହାଡଭଙ୍ଗା ପରିଶ୍ରମ କରି ନିଜର ଆଠଗୁଣ୍ଠ ଜମିରେ ପିଜୁଳି, ହାଇବ୍ରିଡ଼ ଅମୃତଭଣ୍ଡା, ହାଇବ୍ରିଡ଼ ବରକୋଳି, ଲିଚୁ, ଆମ୍ବ ଆଦି ବିଭିନ୍ନ ଫଳ ଚାଷକରି ବେଶ ଦୁଇ ପଇସା କମାଇ ପାରୁଛନ୍ତି।

ସେହିପରି ମାଛ ଚାଷରେ ମଧ୍ୟ ଶଙ୍କର୍ଷଣଙ୍କର ବିଶେଷ ଅଭିଜ୍ଞତା ରହିଛି । ଫଳଫୁଲ ପରି ବାଡିରେ ଥିବା ଛୋଟ ପୋଖରୀରୁ ସେ ଜାଆଁଳ ଉତ୍ପାଦନ କରି ବିକ୍ରି କରୁଛନ୍ତି। ତେବେ ସେ ନିଜ ଘରେ ଡାଲିଆ, ଆଷ୍ଟୋର, ଫ୍ରୀନଟୋନିଆଁ, ଡେଂଥ୍ୟାକ୍ସ ପ୍ରଜାତିର ଫୁଲ ବଗିଚା କରିଛନ୍ତି । ତେବେ ଚାଷରୁ ପରିବାର ପ୍ରତିପୋଷଣ କରିବା ସହିତ ଶଙ୍କର୍ଷଣ ନିଜ ପିଲାମାନଙ୍କୁ ଉଚ୍ଚଶିକ୍ଷା ମଧ୍ୟ ପ୍ରଦାନ କରିପାରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Anchar_ ନିଷ୍ଠା, ନିରନ୍ତର,ଉଦ୍ୟମ ଓ ନିଜସ୍ବ ଉତ୍ସହ ବଳରେ ଅନେକ ବ୍ୟକ୍ତି ବିଭିନ୍ନ କ୍ଷେତ୍ର ରେ କେବଳ ସଫଳ ହୋଇ ନାହାଁନ୍ତି ବରଉଁ ସମାଜ ପାଇଁ ପେରଣା ସାଜିଛନ୍ତି।ସେହିଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଜଗତସିଂହପୁର ସଦର ବ୍ଲକ ପଟେଣି ଗାଁ ର ଶଙ୍କର୍ଷଣ ସ୍ୱାଇଁ ।ପିଲାଟି ଦିନରୁ ଗଛପତ୍ର କୁ ଭଲପାଇ ଆସୁଥିବା ଏହି ବ୍ୟକ୍ତି ଜଣକ ଆଜି ନିଜକୁ ସଫଳ ଚାଷୀ ଭାବେ ଗଢ଼ି ପାରିଛନ୍ତି। ପ୍ରତିକୂଳ ପାଣିପାଗ ଭିତରେ ଏହି ଚାଷୀ ନିଜ ବାଡ଼ିରେ ଅଙ୍ଗୁରୁ ଫଳାଇ ଦେଖାଇଛନ୍ତି। ସମ୍ପୂର୍ଣ୍ଣ ମିଠା ସ୍ୱାଦର ଅଙ୍ଗୁରୁ ନୁହେଁ ହାଡଭଙ୍ଗା ପରିଶ୍ରମ ରେନିଜର ଆଠଗୁଣ୍ଠ ବାରି ରେ କେଜି ଓଜନ ର ପିଜୁଳି, ହାଇବ୍ରିଡ଼ ଅମୃତଭଣ୍ଡା,ନେଟ ବରକୋଳି, ଲିଚୁ, ମାସି ଆମ୍ବ, ସହ ଆମ୍ବ୍ରାପଲି, ବାଇଁଗଣ ପଲି, ପ୍ରଜାତି ର ଚାଷକରି ବେଶ ସ୍ୱାବଲମ୍ବୀ ହୋଇ ପାରିଛନ୍ତି।
Vo_1
ସଫଳ ଚାଷୀ ଶଙ୍କର୍ଷଣ ଶ୍ରୀକୃଷ୍ଣ ଏକାଡିମି ରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ପରେ କଟକ ଜିଲା ବଡମ୍ବା ର M,.S କଲେଜ ରୁ ଗ୍ରାଜୁଏସନ କଲାପରେ ଜଗତସିଂହପୁର ର ଏସ.ଭି.ଏମ କଲେଜ ରୁ ଇତିହାସ ରେ M.A ପାସ କରିଥିଲେ। ସେତେବେଳେ ଉଞ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ ଚାକିରୀ ପାଇଁ ମନ ନ ବଳାଇ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।
VO_2
ପିଲାଟି ଦିନରୁ ଚାଷ ପ୍ରତି ଅହେତୁକ ଦୁର୍ବଳତା ରହିଥିବାରୁ ନିଜ ବାଡ଼ିରେ ସବୁଜିମା ଭରା ପରିବେଶ ସୃଷ୍ଟି କରିବା ସହିତ ମାଟିରୁ ସୁନା ଫଳାଇ ଅନ୍ୟ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି। ମାଛ ଚାଷ ରେ ମଧ୍ୟ ଶଙ୍କର୍ଷଣ ଙ୍କର ବେଶେଷ ଅଭିଜ୍ଞତା ରହିଛି।ଫଳ ଫୁଲ ପରି, ବାଡି ରେ ମଧ୍ୟ ଛୋଟ ପୋଖରୀ ରେ ସେ ଜାଆଳ ଉତ୍ପାଦନ କରି ବିକ୍ରି କରୁଛନ୍ତି।ଏଇଟା ହିଁ ତାଙ୍କପାଇଁ ଲାଭଜନକ ହୋଇ ପାରୁଛି। ଶଙ୍କର୍ଷଣ ଙ୍କ ପୁରା ପରିବାର ଚାଷ ପ୍ରତି ବେଶ ଯତ୍ନଶୀଳ,ନିଜ ଘରେ ଡାଲିଆ,ଆଷ୍ଟୋର,ଫ୍ରୀନଟୋନିଆଁ, ଡେଂଥ୍ୟାକ୍ସ,ପ୍ରଜାତି ର ଫୁଲ ବଗିଚା କରିଛନ୍ତି।
Final bo
ଚାଷ କୁ ନେଇ ବେଶ ସଫଳତା ହାସଲ କରିଛନ୍ତି ଶଙ୍କର୍ଷଣ। ଚାଷ ବାସ ରୁ ପରିବାର ପ୍ରତି ପୋଷଣ କରିବା ସହିତ ନିଜ ପିଲାଙ୍କୁ ଉଞ୍ଚତର ଶିକ୍ଷା ଦେବା କ୍ଷେତ୍ରରେ ପଛରେ ପଡିନାହାନ୍ତି ଏହି ଚାଷୀ।

Body:Byt_sankarshan swai
Byt_ajaya Kumar swai
byt_amiya Kumar swai
byt__akheya Kumar swai

Conclusion: report
Susanta Kumar patra
PKG story
Last Updated : Nov 28, 2019, 12:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.