ETV Bharat / state

ପ୍ରତିଶ୍ରୁତି ପାଳନ କରୁନି NRL, ଷଣ୍ଢକୂଦ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ - ଷଣ୍ଢକୂଦ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ପାରାଦ୍ବୀପ ଉପକଣ୍ଠ ଷଣ୍ଢକୂଦ ବସ୍ତିରେ ଜମି ଅଧିଗ୍ରହଣ ସମୟରେ ବସ୍ତି ବାସିନ୍ଦାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରୁନି NRL (Numaligarh Refinery Limited) । ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ । ଅଧିକ ପଢ଼ନ୍ତୁ

ପ୍ରତିଶ୍ରୁତି ପାଳନ କରୁନି NRL, ଷଣ୍ଢକୂଦ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

author img

By

Published : Nov 25, 2022, 8:25 PM IST

Updated : Nov 25, 2022, 8:45 PM IST

ପାରାଦ୍ବୀପ: ଜମି ଅଧିଗ୍ରହଣ ସମୟରେ ବସ୍ତି ବାସିନ୍ଦାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରୁନି NRL (Numaligarh Refinery Limited) । ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ପାରାଦ୍ବୀପ ଉପକଣ୍ଠ ଷଣ୍ଢକୂଦ ବସ୍ତି ବାସିନ୍ଦା ।

ପ୍ରତିଶ୍ରୁତି ପାଳନ କରୁନି NRL, ଷଣ୍ଢକୂଦ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ଜମି ଅଧିଗ୍ରହଣ ସମୟରେ ନିର୍ମାଣଧୀନ NRL (Numaligarh Refinery Limited) କମ୍ପାନୀ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କମ୍ପାନୀ ପାଳନ କରୁନଥିବା ଅଭିଯୋଗ ହୋଇଛି । ଷଣ୍ଡକୂଦ ବସ୍ତିର ଶତାଧିକ ପୁରୁଷ ଓ ମହିଳା ବିରାଟ ଶୋଭାଯାତ୍ରାରେ ବାହାରି ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଗତ ୨ ବର୍ଷ ପୂର୍ବେ ଯେତେବେଳେ କମ୍ପାନୀ ଆସିଥିଲା ସେହି ସମୟରେ ବସ୍ତିରେ ଡ୍ରେନେଜ ବ୍ୟବସ୍ଥା, ବସ୍ତିରେ ରହୁଥିବା ଯୁବକ ଯୁବତୀଙ୍କୁ ନିଯୁକ୍ତି, ବସ୍ତି ମଧ୍ୟରୁ ବର୍ଷାଜଳ ନିଷ୍କାସନ ଓ ବସ୍ତି ଅଞ୍ଚଳର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା କମ୍ପାନୀ ପାଳନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି ।

କମ୍ପାନୀ କର୍ତ୍ତୃପକ୍ଷ କିଛି ଠିକାଦାରଙ୍କୁ ନେଇ ଜୋର ଜବରଦସ୍ତି କାମ କରୁଥିବା ବସ୍ତି ବାସିନ୍ଦା ଅଭିଯୋଗ କରିବା ସହ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଯଦି ବସ୍ତି ବାସିନ୍ଦାଙ୍କୁ ଅଣଦେଖା କରାଯାଏ, ତେବେ ଆଗାମୀ ଦିନରେ ବସ୍ତି ବାସିନ୍ଦାମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 25, 2022, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.