ଜଗତସିଂହପୁର: ଆଉ କେଇଟା ଦିନ ପରେ ଆରମ୍ଭ ହେବ ଉପନିର୍ବାଚନ । ଏଥିଲାଗି ପ୍ରତ୍ୟେକ ଦଳର ହେବିୱେଟ ନେତାଙ୍କ ଚାଲିଛି ଜୋରସୋର ପ୍ରଚାର ପ୍ରସାର । ଆଉ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସରଗରମ ହେଲାଣି ପ୍ରଚାର । ଆଜି (ଶୁକ୍ରବାର) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଡ଼ ଶୋ କରିଥିବା ବେଳେ ତାଙ୍କୁ ଟକ୍କର ଦେବାକୁ ଯାଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଅନୁରୂପ ରୋଡ଼ ଶୋ କରିଛନ୍ତି ।
ପାରାଦ୍ୱୀପର କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ସାଙ୍ଗରେ ନେଇ ତିର୍ତ୍ତୋଲରୁ ରୋଡ଼ଶୋ କରାଯାଇଛି । କଂଗ୍ରେସ କର୍ମୀମାନେ ବାଇକ ରାଲି କରିବା ସହ ବିଭିନ୍ନ ପଞ୍ଚାୟତ ବୁଲି ଥିଲେ । କଂଗ୍ରେସ ନେତା ସୁର ରାଉତରାୟ ଘର ଘର ବୁଲି ହିମାଂଶୁ ମଲ୍ଲିକଙ୍କ ପାଇଁ ପ୍ରଚାର କରିଛନ୍ତି । ତିର୍ତ୍ତୋଲ ଲୋକେ ସଚେତନ ଅଛନ୍ତି । ବିଜେଡ଼ି ଓ ବିଜେପିକୁ ପ୍ରତ୍ୟାଖ୍ୟାନ କରି ନଭେମ୍ବର 3 ରେ ହାତ ଚିହ୍ନରେ ଭୋଟ ଦେଇ ବାପି ସର୍ଖେଲଙ୍କୁ ଭୋଟ ଦେବାକୁ ଅନୁରୋଧ କଲେ ସୁର ରାଉତରାୟ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ