ETV Bharat / state

୫୫ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ୧ ମୃତ

ବିଜୁ ଭବନ ନିକଟ ୫୫ ନମ୍ବର ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ

୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ

author img

By

Published : Jul 20, 2022, 7:57 PM IST

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବିଜୁ ଭବନ ନିକଟ ୫୫ ନମ୍ବର ଜାତୀୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ପାଇଁ ଦାବୀ କରିଛନ୍ତି । ମୃତକ ଜଣକ ହେଉଛନ୍ତି ସଞ୍ଜୟ ସ୍ୱାଇଁ ।

୫୫ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ୧ ମୃତ

ବିରିଡି ଥାନା ଅନ୍ତର୍ଗତ ଦଣ୍ଡିଲ ଗ୍ରାମର ସଞ୍ଜୟ ସ୍ୱାଇଁ ଓ ତାଙ୍କ ସାଥୀ ନିର୍ମଳ ସାହୁ ବାଇକରେ କଟକ ଆଡକୁ ଯିବା ସମୟରେ ହଠାତ ଏକ ବୋଲେରୋ ତାଙ୍କୁ ଓଭର ଟେକ କରିଥିଲା । ଫଳରେ ସେ ଭାରସାମ୍ୟ ହରାଇବାରୁ ଏକ ଟାଟା ମ୍ୟାଜିକ ସହ ତାଙ୍କ ବାଇକ ଧକ୍କା ହୋଇଥିଲା । ଟାଟା ମ୍ୟାଜିକ ମଧ୍ୟ ବାଇକକୁ ରକ୍ଷା କରିବାକୁ ଯାଇ ଏକ ଗଛରେ ପିଟି ହୋଇଯାଇଥିଲା ।

ଫଳରେ ଟାଟା ମ୍ୟାଜିକ ଡ୍ରାଇଭର ଗାଡି ଭିତରେ ଚାପି ହୋଇଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ବାଇକ ଆରୋହୀ ଦୁଇଜଣ ଓ ଟାଟା ମ୍ୟାଜିକ ଡ୍ରାଇଭରକୁ ଉଦ୍ଧାର କରି ପ୍ରଥମେ ବିରିଡି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର ସ୍ଥାନାନ୍ତର କରିଥିଲେ । ସେଠାରେ ସଞ୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ଅନ୍ୟ ଦୁଇ ଜଣଙ୍କୁ ସେଠାରୁ ତୁରନ୍ତ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.