ETV Bharat / state

ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର, 4 ଦିନ ପୂର୍ବରୁ ଥିଲେ ନିଖୋଜ - ଜଗତସିଂହପୁର ଜିଲ୍ଲାର ବଡବାଗ ଗାଁ

ଜଗତସିଂହପୁର ଜିଲ୍ଲାର ବଡବାଗ ଗାଁରେ ଚାଞ୍ଚଲ୍ୟ । ଗାଁର ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଛି । ମୃତକ ହେଲେ ରାମଚନ୍ଦ୍ର ସାହୁ । ଅଧିକ ପଢନ୍ତୁ...

ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, 4 ଦିନ ତଳେ ନିଖୋଜ ଥିଲେ

author img

By

Published : Oct 20, 2021, 2:29 PM IST

ଜଗତସିଂହପୁର: ଜିଲ୍ଲାର ବଡବାଗ ଗାଁରେ ଚାଞ୍ଚଲ୍ୟ । ଗାଁର ଜଣେ ଯୁବକଙ୍କ ବିଭତ୍ସ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଛି । ମୃତକ ହେଲେ ରାମଚନ୍ଦ୍ର ସାହୁ । ସେ ଗତ 4 ଦିନ ହେବ ଭୋଜି କରିବାକୁ ଯାଇ ଫେରିନଥିବା ବେଳେ ଆଜି ତାଙ୍କର ମୁଣ୍ଡବିହୀନ ମୃତଦେହ ମିଳିଛି ।

ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, 4 ଦିନ ତଳେ ନିଖୋଜ ଥିଲେ

ଆଜି(ବୁଧବାର) ରାମଚନ୍ଦ୍ରଙ୍କ ମୃତଦେହ ମାଛଗାଁ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା ।

ସୂଚନା ଥାଉକି, ଗତ 4 ଦିନ ତଳେ ରାମଚନ୍ଦ୍ର ଭୋଜି କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ରାମଚନ୍ଦ୍ରଙ୍କର ପତ୍ତା ମିଳିନଥିଲା । ପରେ ପରିବାରଲୋକ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଭୋଜିରେ ସାମିଲ ଥିଲା 3ଜଣଙ୍କୁ ଡାକି ପଚରାଉଚରା କରିଥିଲା । ସେମାନେ ମୁଣ୍ଡ କାଟି ହତ୍ୟା କରିଥିବା ସ୍ବୀକାର କରିଥିଲେ ।

ତେବେ ଆଜି ମୃତଦେହଟି ଭାସୁଥିବା ଦେଖିବାକୁ ପାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପରିବାର ଲୋକଙ୍କୁ ଡକାଇ ମୃତଦେହର ଚିହ୍ନଟ କରାଇଥିଲା । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.