ETV Bharat / state

ବାତ୍ୟା ୟସ ପ୍ରଭାବରେ ଜଗତସିଂହପୁରରେ ବର୍ଷା

author img

By

Published : May 24, 2021, 7:22 PM IST

ସମ୍ଭାବ୍ୟ ବାତ୍ୟା ୟସ ପ୍ରଭାବରେ ଜଗତସିଂହପୁର, ପାରାଦ୍ୱୀପ କୁଜଙ୍ଗ ବାଲିକୁଦା ଓ ଏରସମା ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା ୟସ ପ୍ରଭାବରେ ଜଗତସିଂହପୁରରେ ବର୍ଷା

ଜଗତସିଂହପୁର: ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ୟସ ପ୍ରଭାବରେ ଜଗତସିଂହପୁର, ପାରାଦ୍ୱୀପ କୁଜଙ୍ଗ ବାଲିକୁଦା ଓ ଏରସମା ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ପାରାଦ୍ବୀପରେ ସମୁଦ୍ର ଧିରେ ଧିରେ ଅଶାନ୍ତ ହେଉଥିବା ବେଳେ ପବନର ଗତି 40ରୁ 50 କିଲୋମିଟର ବେଗରେ ବହିବା ଆରମ୍ଭ ହେଲାଣି । ପାଣିପାଗ ବିଭାଗର ରିପୋର୍ଟକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ୟସ ପାରାଦ୍ବୀପ ଠାରୁ 520 କିଲୋମିଟର ଦୂରରେ ରହିଛି । ତେବେ ଆଜି(ସୋମବାର) ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେବ ।

ଆଜି ସନ୍ଧ୍ୟା ଠାରୁ ବର୍ଷାର ପ୍ରକୋପ ବଢିବା ସହ ଆସନ୍ତାକାଲି ଓ 26 ତାରିଖରେ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପ୍ରବଳ 150 ରୁ 175 କିଲୋମିଟର ବେଗରେ ପବନ ବହିବ ।

ତେବେ ପାରାଦ୍ବୀପରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ବାତ୍ୟାର ପ୍ରଥମ ପ୍ରଭାବ ଦେଖିବାକୁ ମିଳିଛି । ଲୋକେ ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ପାରାଦ୍ବୂୀପ ବନ୍ଦର ପକ୍ଷରୁ ହେଲ୍ପଲାଇନ ଜାରି କରାଯାଇଛି । ନମ୍ବର ଗୁଡିକ ହେଲା 06722-220033/6371942389/8895011388

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.