ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଆରମ୍ଭ ହୋଇଛି । ଆଜି(ବୁଧବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଜିଲ୍ଲାପାଳ ପାରୁଲ ପଟୱାରୀ, ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ୱର ସିଂ ପ୍ରମୁଖ ଯୋଗ ଦେଇଥିଲେ ।
ଶିଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବିସ୍ଥାପିତ ପରିବାରଙ୍କୁ ଯେପରି ଅଣଦେଖା କରା ନ ଯିବ ତାହାକୁ ନେଇ ପ୍ରଶାସନ ପ୍ରତିଶୃତି ଦେଇଛି । ସ୍ଥାନୀୟ ଲୋକେ ପ୍ରସ୍ତାବିତ ଶିଳ୍ପ ସଂସ୍ଥା ରେ ନିଯୁକ୍ତି, ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ଉପରେ ଜୋର ଦେଇଥିଲେ । ଯଦି ଏଥିରେ କମ୍ପାନୀ କତ୍ତୃପକ୍ଷ ସହମତ ହୁଅନ୍ତି। ତେବେ ଶିଳ୍ପର ପଥ ପରିଷ୍କାର ହେବ ବୋଲି ଗ୍ରାମବାସୀ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ