ETV Bharat / state

ବୋଇତ ବନ୍ଦାଣ ଉତ୍ସବ, କାଲି ପାରାଦ୍ବୀପ ଆସୁଛନ୍ତି ରାଷ୍ଟ୍ରପତି - ସୁରକ୍ଷା ବଳୟ ମଧ୍ୟରେ ପାରାଦ୍ବୀପ ସହର

ପାରାଦ୍ବୀପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବରେ ଆୟୋଜିତ ହେବ ବୋଇତ ବନ୍ଦାଣ ଉତ୍ସବ । ଯୋଗଦେବେ ମହାମହିମ ରାଷ୍ଟ୍ରପତି । ଅଧିକ ପଢନ୍ତୁ

Paradeep Boita Bandan utsav 2023
Paradeep Boita Bandan utsav 2023
author img

By ETV Bharat Odisha Team

Published : Nov 26, 2023, 6:32 PM IST

Updated : Nov 26, 2023, 7:18 PM IST

ବୋଇତ ବନ୍ଦାଣ ଉତ୍ସବ, କାଲି ପାରାଦ୍ବୀପ ଆସୁଛନ୍ତି ରାଷ୍ଟ୍ରପତି

ପାରାଦ୍ବୀପ: ଆସନ୍ତାକାଲି (ସୋମବାର) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ସହରରେ ଅନୁଷ୍ଠିତ ହେବ ବୋଇତ ବନ୍ଦାଣ ଉତ୍ସବ । ଏଥିଲାଗି ଆସନ୍ତାକାଲି ପାରାଦ୍ବୀପ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ ସହର ପୁରା ଚଳଚଞ୍ଚଳ ହୋଇ ଉଠିଛି । ପାରାଦ୍ବୀପ ବନ୍ଦର ଦ୍ବାରା ଆୟୋଜିତ ଏହି ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦାନକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

ଏହି ଅବସରରେ ଓଡ଼ିଶାର ପାରମ୍ପରିକ ପରମ୍ପରା ଅନୁସାରେ ସାଧବ ଓ ସାଧବାଣୀମାନେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ । ପରେ ପାରାଦ୍ବୀପ ବନ୍ଦର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପାରାଦ୍ବୀପ ସହର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପାରାଦ୍ବୀପ ବସଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ସିଲ କରି ଦିଆଯାଇଛି । ତେବେ ଆସନ୍ତାକାଲି ଆସନ୍ତାକାଲି ବଡ଼ ପଡିଆ ଠାରୁ ସୁବାଷ ବୋଷ ଛକ ଦେଇ ଗୋପବନ୍ଧୁ ଷ୍ଟାଡିୟମ ପର୍ଯ୍ୟନ୍ତ ଉଭୟ ପଟକୁ ସିଲ କରିଦିଆଯିବ ।

ଏହା ବା ପଢନ୍ତୁ- ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, କାଲି ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ କରିବେ ଅଂଶଗ୍ରହଣ

ସାଧାରଣ ଲୋକଙ୍କ ପାଇଁ ପାରାଦ୍ବୀପ ସହର ମଧ୍ୟକୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାଷ୍ଟ୍ରପତି କାର୍ଯ୍ୟକ୍ରମକୁ ମୋବାଇଲ ନେବାକୁ ବାରଣ କରାଯାଇଛି । ଏପରିକି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ପ୍ରବେଶ ପାଇଁ ଅନୁମତି ଥିଲେ ମଧ୍ୟ କ୍ୟାମେରା, ମୋବାଇଲ ଓ ବୁମକୁ ନେବାକୁ ବାରଣ କରାଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ପାଇଁ ପାସ୍‌ର ବ୍ୟବସ୍ଥା କରାଯାଇଛି । ବିନା ପାସଧାରୀମାନେ କାର୍ଯ୍ୟକ୍ରମଙ୍କୁ ନ ଆସିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଶାସନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି: ପାରାଦ୍ବୀପର ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବା ଲାଗି ଆଜି (ରବିବାର) ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳଙ୍କ ସମେତ ଡିଜିପି, ମୁଖ୍ୟ ଶାସନ ସଚିବ ଓ ଭୁବନେଶ୍ବର ମେୟର ସ୍ବାଗତ କରିଛନ୍ତି । ରାଷ୍ଟ୍ରପତି ବିମାନ ବନ୍ଦରରେ ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ସହିତ ତାଙ୍କର ସ୍ବାଗତ କରାଯାଇଥିଲା । ତେବେ ଆଜି ରାତ୍ରିରେ ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ । ଏଥିଲାଗି ରାଜଭବନ ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 26, 2023, 7:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.