ETV Bharat / state

ପାରାଦ୍ବୀପରେ ପୋଲିସକୁ ମାଡ ଘଟଣା; ପୋଲିସ କରିନି ଫାୟାରିଂ - ପାରାଦ୍ବୀପ ଲକ ଥାନା ପୋଲିସ

ପାରାଦ୍ବୀପ ପୋଲିସକୁ ମାଡ ଘଟଣାରେ ପ୍ରତିକ୍ରିୟା ରଖିଲା ପୋଲିସ । ଫାୟାରିଂ ହୋଇନଥିବା କହିଲେ ଏଏସପି । ଅଧିକ ପଢନ୍ତୁ...

କଂଗ୍ରେସ ବିଧାୟକ
କଂଗ୍ରେସ ବିଧାୟକ
author img

By

Published : Feb 5, 2021, 12:12 PM IST

ଜଗତସିଂହପୁର: ପାରାଦ୍ବୀପ ଲକ ଥାନା ପୋଲିସ ଗତକାଲି ଅପରାଧୀଙ୍କୁ ଧରିବାକୁ ଯାଇ ମାଡ ଖାଇବା ଘଟଣାରେ ପୋଲିସ ନିଜର ପ୍ରତିକ୍ରିୟା ରଖିଛି । ପାରାଦ୍ବୀପ ଲକ ଥାନାର ଦଳେଇ ସାହିରେ ଜଣେ ଅଭିଯୁକ୍ତକୁ ପୋଲିସ ଧରିବାକୁ ଯାଇଥିବାବେଳେ ସେଠାରେ ଗାଁ ଲୋକେ ପୋଲିସକୁ ଆକ୍ରମଣ କରିଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି ଫାୟାରିଂ କରାଯାଇନାହିଁ ବୋଲି ପୋଲିସ କହିଛି ।

କଂଗ୍ରେସ ବିଧାୟକ

ଅଭିଯୁକ୍ତ ତ୍ରିନାଥ ଦଳେଇର ମା’ ପାଟି କରିବାରୁ ଗାଁ ଲୋକେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଏସଆଇ ଆଶୁତୋଷ ହୋତା ଓ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଛନ୍ତି ବୋଲି ପାରାଦ୍ବୀପ ଏଏସପି ନିମାଇଁ ଚରଣ ସେଠୀ କହିଛନ୍ତି । ହେଲେ ସେଠାରେ ପୋଲିସ ଫାୟାରିଂ କରିଥିବାର ଅଭିଯୋଗ ହୋଇଥିଲା । ଯାହାକୁ ଏଏସପି ଖଣ୍ଡନ କରିଛନ୍ତି ।

ତେବେ ପୋଲିସ କର୍ମଚାରୀ ଆହତ ହୋଇଥିବା ଏଏସପି ସ୍ବୀକାର କରିଛନ୍ତି । ସୂଚନାଥାଉକି, ତ୍ରିନାଥ ଦଳେଇ ନାମରେ ଦାଦାବଟି ଆଦାୟର ଅଭିଯୋଗ ରହିଥିଲା । ସେ ଫେରାର ହୋଇଯାଇଥିବାବେଳେ ପୋଲିସ ତାକୁ ଖୋଜୁଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.