ETV Bharat / state

ବନ୍ଦରରେ ମିଳୁନି ସଠିକ ପାରିଶ୍ରମିକ, ପାରାଦୀପରେ ଶ୍ରମିକ ଅଶାନ୍ତି - ପାରାଦୀପ ବନ୍ଦର ଶ୍ରମିକ ଅଶାନ୍ତି

ପାରାଦୀପ ବନ୍ଦରରେ ଶ୍ରମିକଙ୍କୁ ସଠିକ ପାରିଶ୍ରମିକ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛି ବନ୍ଦରରେ କାର୍ଯ୍ୟରତ ବିଭିନ୍ନ ଶ୍ରମିକ ସଂଗଠନ । ଅଧିକ ପଢ଼ନ୍ତୁ...

ବନ୍ଦରରେ ମିଳୁନି ସଠିକ ପାରିଶ୍ରମିକ, ପାରାଦୀପରେ ଶ୍ରମିକ ଅଶାନ୍ତି

author img

By

Published : Jul 1, 2021, 10:36 PM IST

ଜଗତସିଂହପୁର: ପାରାଦୀପ ବନ୍ଦରରେ ଶ୍ରମିକଙ୍କୁ ସଠିକ ପାରିଶ୍ରମିକ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛି ବନ୍ଦରରେ କାର୍ଯ୍ୟରତ ବିଭିନ୍ନ ଶ୍ରମିକ ସଂଗଠନ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦରମା ଓ ଆନୁସଙ୍ଗିକ ଭତ୍ତା ଦେଉନଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଶ୍ରମିକଙ୍କ ପାଇଁ ଆବଶ୍ୟକ ସୁରକ୍ଷା ଉପକରଣ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରୁନାହାଁନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ।

ବନ୍ଦରରେ ମିଳୁନି ସଠିକ ପାରିଶ୍ରମିକ, ପାରାଦୀପରେ ଶ୍ରମିକ ଅଶାନ୍ତି

ଅସୁରିକ୍ଷିତ ଭାବରେ ବନ୍ଦରରେ କାର୍ଯ୍ୟ କରୁଛନ୍ତି ଶ୍ରମିକ । ଏହାସହ ବନ୍ଦରରେ ଯଦି କୌଣସି ଶ୍ରମିକ ଦୁର୍ଘଟଣାର ଶିକାର ହେଉଛନ୍ତି ତେବେ ସେମାନଙ୍କୁ ଉଚିତ ଚିକିତ୍ସା ସୁବିଧା ବନ୍ଦର କର୍ତ୍ତୃପକ୍ଷ ଦେଉନଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଭାରତୀୟ ବନ୍ଦର ମଜଦୁର ସଂଘ ପକ୍ଷରୁ ବନ୍ଦର କତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବନ୍ଦର ମଜଦୁର ସଂଘର ଦାବି ପୂରଣ ନହୁଏ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ପାରାଦୀପ ବନ୍ଦରରେ ସଠିକ ପାଶ୍ରମିକ ମିଳୁନଥିବାରୁ ଶ୍ରମିକଙ୍କ ଆର୍ଥିକ ଦୁରାବସ୍ଥା ହୋଇଛି । ଦୀର୍ଘ ଦିନ ଏହାକୁ ନେଇ କର୍ତ୍ତୃପକ୍ଷରୁ ଅବଗତ କରାଯାଇଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା । ଫଳରେ ବାଧ୍ୟ ହୋଇ କର୍ତ୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଛି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.