ETV Bharat / state

ପାରାଦୀପ ଚୋରା କୋଇଲା ବୋଝେଇ ଟ୍ରକ ଜବତ ଘଟଣା : ଶିଳ୍ପପତିଙ୍କୁ ପୋଲିସର ଜେରା

author img

By

Published : Dec 29, 2022, 10:51 PM IST

ପାରାଦୀପ ବନ୍ଦରରୁ ଚୋରି ହେଉଥିଲା କୋଇଲା । ଏହି ଘଟଣାରେ ୨ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢ଼ନ୍ତୁ

Paradip coal theft
ପାରାଦୀପ ଚୋରା କୋଇଲା ବୋଝେଇ ଟ୍ରକ
ପାରାଦୀପ ଚୋରା କୋଇଲା ବୋଝେଇ ଟ୍ରକ

ଜଗତସିଂହପୁର : ଚୋରା କୋଇଲା ବୋଝେଇ ଟ୍ରକ ଘଟଣାରେ ଆଜି (ଗୁରୁବାର) ପାରାଦୀପ ଆଦର୍ଶ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହାସହ ଜଣେ ପାରାଦୀପର ଶୀଳ୍ପପତିଙ୍କୁ ଜେରା ମଧ୍ୟ କରାଯାଇଛି । ସୂଚନାନୁସାରେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଗତ ୧୫ ତାରିଖରେ ଧରା ପଡିଥିଲା ଏକ ଚୋରା କୋଇଲା ବୋଝେଇ ଟ୍ରକ । ବନ୍ଦର CISF ଏହି ଟ୍ରକକୁ ଧରିଥିଲେ । ସେଥିରେ କୋଇଲା ଚୋରି ହେଉଥିବା ଜାଣିବାକୁ ପାଇଥିଲେ ।

ଏହି ଘଟଣାକୁ ନେଇ ପାରାଦୀପ ଆଦର୍ଶ ଥାନା ପୋଲିସ ଦୁଇଜଣଙ୍କୁ ଗିରଫ କରିବା ପରେ ବି ଘଟଣାରେ 'ସ୍ବସ୍ତିକ୍ ଷ୍ଟିଭ୍‌ଡର୍' କମ୍ପାନୀ ମାଲିକ ହରିହର ମିଶ୍ରଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଥିଲା । ଏହାପରେ ଗତ ୨୮ତାରିଖରେ ଶିଳ୍ପପତି ହରିହର ମିଶ୍ରଙ୍କୁ ଥାନାରେ ଜେରା ପାଇଁ ହାଜର ହେବାକୁ ପଡିଥିଲା ।

ଦିନ ତମାମ ପୋଲିସର ବଡବଡ ଅଧିକାରୀଙ୍କ ଗହଣରେ ଥାନାରେ ଘଣ୍ଟାଘଣ୍ଟା ଜେରା ହେବା ଆଜି ପାରାଦୀପ ଆଦର୍ଶ ଥାନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହରିହରଙ୍କୁ ଜେରା ପରେ ଛାଡି ଦିଆଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଘଟଣାକୁ ନେଇ ପାରାଦୀପରେ ଶୀଳ୍ପପତି ହରିହର ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ଏବଂ ଅଟକ ରଖିଥିବା ଚର୍ଚ୍ଚାକୁ ପୋଲିସ ଖଣ୍ଡନ କରିଥିଲା । ଚୋରା କୋଇଲା ଘଟଣାରେ ହରିହରଙ୍କ ସମ୍ପୃକ୍ତି ରହିଛି କି ନାହିଁ ଆଗକୁ ଅଧିକ ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.