ETV Bharat / state

ନୀହାରିକା ହତ୍ୟାକାଣ୍ଡ ମାମଲା; 3 ଦିନ ରିମାଣ୍ଡରେ ପ୍ରେମିକ ରାଜା

author img

By

Published : Sep 23, 2019, 10:24 PM IST

ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରେମିକକୁ 3 ଦିନ ରିମାଣ୍ଡରେ ଆଣିଛି ବିରିଡି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ :ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟାକାଣ୍ଡର ଅଭିଯୁକ୍ତ ଏବେ ପୋଲିସ ରିମାଣ୍ଡରେ । ପୋଲିସ ନିକଟରେ ଅଭିଯୁକ୍ତ ପ୍ରେମିକ କିଶୋର ଅଞ୍ଚଳ ଓରଫ ରାଜା ହତ୍ୟା କରିଥିବା କଥା ସ୍ବୀକାର କରିଛି । ଏହା ପରେ ଅଧିକ ତଦନ୍ତ ପାଇଁ 3 ଦିନ ରିମାଣ୍ଡରେ ଆଣିଛି ବିରିଡି ପୋଲିସ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଜଗତସିଂହପୁର

ସୂଚନାନୁସାରେ, ଆଜି ଜଗତସିଂହପୁର ଏସଡିଜେଏମ୍‌ କୋର୍ଟରେ ବିରିଡ଼ି ପୋଲିସ ଅଭିଯୁକ୍ତ ରାଜାକୁ 5 ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । କିନ୍ତୁ କୋର୍ଟ ଅଭିଯୁକ୍ତକୁ 3 ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଆସନ୍ତା 25 ତାରିଖ ସନ୍ଧ୍ୟା 5.30 ପର୍ଯ୍ୟନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନିଆଯାଇଛି ।

ରାଜା ନିହାରିକାକୁ କେମିତି ଓ କାହିଁକି ହତ୍ୟା କଲା, ତା' ସହ ଏ ହତ୍ୟାରେ ଆଉ କିଏ ସାମିଲ ଅଛି, ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏ ହତ୍ୟା ହୋଇନାହିଁ ତ, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୋଲିସ ରାଜାକୁ ରିମାଣ୍ଡରେ ଆଣିଛି । ଆଜି ସନ୍ଧ୍ୟା 6.30ରେ ଆଳିପିଙ୍ଗଳ ଉପକାରାଗାରରୁ ଅଭିଯୁକ୍ତ ରାଜାକୁ ବିରିଡ଼ି ପୋଲିସ ଏକ ଆଜ୍ଞାତ ସ୍ଥାନକୁ ନେଇଥିବା ସୂଚନା ମିଳିଛି ।

ଜଗତସିଂହପରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ,ବହୁ ଚର୍ଚ୍ଚିତ ନିହାରିକ ପାତ୍ର ହତ୍ୟା ମାମଲା ରେ ଅଧିକ ଖୋଳତାଡ ପାଇଁ 3 ଦିନ ରିମାଣ୍ଡ ରେ ଆଣିଛନ୍ତି ବିରିଡ଼ି ପୋଲିସ।ଅଭିଯୁକ୍ତ କିଶୋର ଅଞ୍ଚଳ କିପରି ନିହାରିକା କୁ ହତ୍ୟା କଲା ତା ଉପରେ ଅଧିକ ତଦନ୍ତ କରିବ ପୋଲିସ। ଆଜି ଜଗତସିଂହପୁର SDJM କୋର୍ଟ ରେ ବିରିଡ଼ି ପୋଲିସ ଅଭିଯୁକ୍ତ କିଶୋର ଅଞ୍ଚଳ ଓରଫ ରାଜା କୁ 5 ଦିନ ରିମାଣ୍ଡ ରେ ନେବାପାଇଁ ଆବେଦନ କରିଥିଲା। କିନ୍ତୁ ମାନ୍ୟବର SDJM କୋର୍ଟ ଅଭିଯୁକ୍ତକୁ କୁ 3 ଦିନ ରିମାଣ୍ଡ ରେ ନେବାକୁ ଅନୁମତି ଦେଇଥିଲେ ଅଶାନ୍ତ 25 ତାରିଖ ସନ୍ଧ୍ୟା 5,30 ପର୍ଯ୍ୟନ୍ତ ପୋଲିସ ରିମାଣ୍ଡ ରେ ନେଇଛି।ନିହାରିକା କୁ କେମିତି ହତ୍ୟା କଲା ରାଜା, କାହିଁକି ହତ୍ୟା କଲା, ଏ ହତ୍ୟା ରେ ଆଉ କିଏ ସମିଲି ଅଛି, ନାଁ ରାଜା ଏ ,କାମ ଏକା କରିଛି। ଏହି ହତ୍ୟା ଘଟଣାର ତ୍ରିକୋଣ ପ୍ରେମ କୁ ନେଇ ହୋଇ ନାହିଁତ? ଏଭଳି ଅନେକ ପ୍ରଶ୍ନ ର ଉତ୍ତର ଖୋଜିବାକୁ ଚାହିଁବ ବିରିଡି ପୋଲିସ। କୋର୍ଟ ଙ୍କ ଅନୁମତି ମିଳିବା ପରେ ଆଜି ସନ୍ଧ୍ୟା 6,30 ମିନିଟ ରେ ଅଲିପିଙ୍ଗଳ ଉପ କାରାଗାର ରୁ ଅଭିଯୁକ୍ତ କୁ ବିରିଡ଼ି ପୋଲିସ ନେଇ ଅଧିକ ଜେରା ପାଇଁ ଏକ ଆଜ୍ଞାତ ସ୍ଥାନକୁ ନେଇଥିବା ଖବର ମିଳିଛି।

Body:Formant AVO
Report susanta kumar patra
jagatsinghpur

Conclusion:jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.