ETV Bharat / state

ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା, ମନ୍ଦିରରେ ପଡିଛି ମୃତଦେହ

author img

By

Published : Jun 2, 2023, 10:42 AM IST

Updated : Jun 2, 2023, 12:47 PM IST

ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା ପରେ ମନ୍ଦିରରେ ମୃତଦେହ ଫୋପାଡି ଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

miscreants killed youth in paradeep
miscreants killed youth in paradeep
miscreants killed youth in paradeep

ପାରାଦ୍ବୀପ: ପାରାଦ୍ୱୀପରେ ବୀଭତ୍ସ ହତ୍ୟାକାଣ୍ଡ । ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ମୃତଦେହକୁ ମନ୍ଦିର ବାରଣ୍ଡାରେ ଫୋପାଡ଼ି ଦେଇ ଚାଲିଗଲେ ଦୁର୍ବୃତ୍ତ । ମୃତକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ବ୍ଲକ ଲୋକନାଥ ପୁର ଗ୍ରାମର ଟୁବୁଲୁ ଜେନା ବୋଲି ଜଣାପଡିଛି । କେଉଁ କାରଣରୁ ଓ କିଏ ତାଙ୍କୁ ହତ୍ୟା କରିଛି ତାର କାରଣ ଅସ୍ପଷ୍ଟ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ପାରାଦ୍ୱୀପ ରେବିକା ବାରରେ କାମ କରୁଥିଲେ ମୃତ ଟୁବୁଲୁ । ସେଠାରେ ସେ କାମ କରିବା ସମୟରେ କିଛି ଲୋକଙ୍କ ସହ ତାଙ୍କର ମନମାଳିନ୍ୟ ହୋଇଥିଲା । ଏହି ଘଟଣାକୁ ନେଇ ବାର ମାଲିକ ମଧ୍ୟ ଟୁବୁଲୁଙ୍କୁ ଚେତାବନୀ ଦେଇଥିଲେ । ତେବେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଟୁବୁଲୁ ଜେନା ବାରରେ କାର୍ଯ୍ୟ କରିଥିବା ବେଳେ ଆଜି ସକାଳୁ କେହି ଦୁର୍ବୃତ୍ତ ଗଳାକାଟି ତାଙ୍କୁ ହତ୍ୟା କରିଛି । ଏହାପରେ ମୃତଦେହକୁ ତ୍ରିନାଥ ମନ୍ଦିର ବାରଣ୍ଡାରେ ଫୋପାଡ଼ି ଦେଇ ଚାଲିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ-Man Killed Wife: ବଲାଙ୍ଗୀରରେ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା

ସ୍ଥାନୀୟ ଲୋକେ ଟୁବୁଲୁର ମୃତଦେହ ପଡିଥିବାର ଦେଖି ପାରାଦ୍ୱୀପ ଥାନାକୁ ଖବର ଦେଇଥିଲେ । ଖବର ପାଇ ପାରାଦ୍ୱୀପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଓ କିଏ ଟୁବୁଲୁଙ୍କୁ ହତ୍ୟା କରିଛି ସେନଇ ତଦନ୍ତ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ମଦୁଆ ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାର ଜୀବନ

ଅନ୍ୟପଟେ ଘଟଣା ଘଟିଥିବା ସ୍ଥାନରୁ ମାତ୍ର 50 ମିଟର ଦୂରରେ ପୋଲିସ ଷ୍ଟେସନ ରହିଥିଲେ ମଧ୍ୟ ପୋଲିସ ଏନେଇ ଟିକିଏ ବି ସୁରାକ ପାଇ ପାରି ନଥିଲା । ଗତକାଲି ରାତିରେ ଏହି ସ୍ଥାନ ଦେଇ ପାଟ୍ରୋଲିଂ ଭ୍ୟାନ ଯାଇଥିଲା କି ନାହିଁ ସେ ସମ୍ପର୍କରେ ପାରାଦ୍ୱୀପ ଆଦର୍ଶ ଥାନାକୁ ରିପୋର୍ଟ ମଗାଯାଇଛି । ଘଟଣା ସ୍ଥଳରେରେ ପାରାଦ୍ୱୀପ ଅତିରିକ୍ତ ଏସପି ନିମାଇଁ ଚରଣ ସେଠୀ ପହଞ୍ଚି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ପୋଲିସ ରେବିକା ବାର ପରିଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି । କଣ ପାଇଁ ଜଣେ ସାଧାରଣ କର୍ମଚାରୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଗଲା, ତାକୁ ନେଇ ଅନ୍ୟ ସହଯୋଗୀ ମାନଙ୍କୁ ମଧ୍ୟ ପୋଲିସ ଜେରା କରୁଛି । ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jun 2, 2023, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.