ETV Bharat / state

ମହାନଦୀ, ଦେବୀ ଓ ପାଇକା ନଦୀର ଜଳସ୍ତର ବୃଦ୍ଧି, ବନ୍ୟା ମୁକାବିଲା ନେଇ ସଜାଗ ପ୍ରଶାସନ - jagatsinghpur news

ଜିଲ୍ଲାରେ ମହାନଦୀ, ଦେବୀ ଓ ପାଇକା ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ରବିବାର ସନ୍ଧ୍ୟା ସୁଦ୍ଧା ଦଳେଇ ଘାଇ ଠାରେ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏନେଇ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ,ଏନଡିଆରଏଫ ଓ ଅଗ୍ନିଶମବାହିନୀଙ୍କୁ ସଜାଗ ରଖାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଥିବା ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ମହାନଦୀ, ଦେବୀ ଓ ପାଇକା ନଦୀର ଜଳସ୍ତର ବୃଦ୍ଧି, ବନ୍ୟା ମୁକାବିଲା ନେଇ ସଜାଗ ପ୍ରଶାସନ

author img

By

Published : Aug 30, 2020, 9:20 PM IST

ଜଗତସିଂହପୁର: ଜିଲ୍ଲାରେ ମହାନଦୀ, ଦେବୀ ଓ ପାଇକା ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ରବିବାର ସନ୍ଧ୍ୟା ସୁଦ୍ଧା ଦଳେଇ ଘାଇ ଠାରେ ଦେବୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ 55.10 ଥିବାବେଳେ ଏଠାରେ 58.10 ଫୁଟରେ ଜଳ ପ୍ରବାହିତ ହେଉଛି । ତେବେ ଏଠାରେ ବନ୍ଧର ଉଚ୍ଚତା 63 ଫୁଟ ଥିବାରୁ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ମହାନଦୀ ଅବବାହିକାର ତାରପୁର ଓ ତିର୍ତ୍ତୋଲ ନିକଟରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରବିବାର ସନ୍ଧ୍ୟା ସୁଦ୍ଧା ତାରପୁର ଠାରେ 12.02 ମି ଓ ତ୍ରିର୍ତ୍ତୋଲ ଠାରେ 6.24 ମିଟର ଜଳ ପ୍ରବାହିତ ହେଉଛି । ଆଳି ପିଙ୍ଗଳ ଠାରେ ଦେବୀ ନଦୀ 12,16 ମିଟର ଓ ମାଛଗାଁ ନିକଟରେ 42, 40 ଫୁଟ ପ୍ରବାହିତ ହେଉଛି।

ମହାନଦୀ, ଦେବୀ ଓ ପାଇକା ନଦୀର ଜଳସ୍ତର ବୃଦ୍ଧି, ବନ୍ୟା ମୁକାବିଲା ନେଇ ସଜାଗ ପ୍ରଶାସନ

ଦେବୀର ଶାଖାନଦୀ ବିଲୁଆଖାଇର ଜଳ ପତନ ଶଙ୍ଖରୀସାହି ନିକଟରେ 17.32 ମିଟର ଜଳ ପ୍ରବାହିତ ହେଉଥିବାବେଳେ ବୀରବର ପାଟଣା ନିକଟରେ 18.85 ମିଟର ଜଳ ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଗେଟ ଖୋଲାଯାଇଥିବାରୁ ରବିବାର ରାତି ଓ ସୋମବାର ସକାଳ ସୁଦ୍ଧା ପାଣିର ପରିମାଣ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି ।

ତେବେ ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନଥିବା କୁହାଯାଇଛି । ତ୍ରିର୍ତ୍ତୋଲ ଓ କୁଜଙ୍ଗର କେତେକ ତଳିଆ ଅଞ୍ଚଳରେ ପାଣି ପଶିଥିବା କୁହାଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ,ଏନଡିଆରଏଫ ଓ ଅଗ୍ନିଶମ ବାହିନୀଙ୍କୁ ସଜାଗ ରଖାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଥିବା ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.