ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା, ସାରଳାଙ୍କ ମନ୍ଦିରରେ ଆଜି ପଣା ସଂକ୍ରାନ୍ତି ଓ ଝାମୁ ଯାତ୍ରା ଅନୁଷ୍ଠିତ ହେଉଛି । ଯାହାକୁ ନେଇ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଦୀର୍ଘ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଝାମୁଯାତ୍ରା ପାଳନ କରାଯାଇଥିଲା ।
ଚଳିତ ବର୍ଷ କରୋନା କଟକଣା ହଟିଯାଇଥିବାରୁ ଭକ୍ତଯୁକ୍ତ ଝାମୁଯାତ୍ରା ଅନୁଷ୍ଠିତ ହେଉଛି । ସକାଳୁ ସକାଳୁ ମାଙ୍କ ନୀତିକାନ୍ତି ଶେଷ ହେବାପରେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିଲା । ଶହଶହ ମାନସିକଧାରୀ ମନ୍ଦିରରେ ଅଧିଆ ପଡିବା ସହ ମାଙ୍କୁ ଚୁଡାଘଷା ଓ ପଣା ନୈବେଦ୍ୟ ଅର୍ପଣ କରୁଥିବା ଦେଖିବାକୁ ମିଳିଛି । ତେବେ ଦୀର୍ଘ ଦୁଇବର୍ଷ ପରେ ପଣା ସଂକ୍ରାନ୍ତିରେ ମାଙ୍କ ଦର୍ଶନ ଲାଭ କରି ଭକ୍ତମାନେ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ