ETV Bharat / state

ଜଗତସିଂହପୁରରେ ବ୍ୟାପୁଛି ଲମ୍ପିସ୍କିନ ରୋଗ, ମିଳୁନି ନିରାକରଣ ଉପାୟ

ଜଗତସିଂହପୁରରେ ବ୍ୟାପୁଛି ଲମ୍ପି ସ୍କିନ ବା ଗାଈଙ୍କ ଚର୍ମ ରୋଗ । ରୋଗରେ ଅନେକ ଗାଈଗୋରୁଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମିଳି ପାରୁନି ଏହାର ପ୍ରତିଷେଧକ । ଅଧିକ ପଢ଼ନ୍ତୁ...

author img

By

Published : Oct 12, 2019, 10:53 PM IST

ଲମ୍ପି ସ୍କିନ ରୋଗରେ ଆକ୍ରାନ୍ତ ଗାଈଗୋରୁ

ଜଗତସିଂହପୁର: ଜିଲ୍ଲାରେ ଲମ୍ପି ସ୍କିନ ରୋଗର ଆତଙ୍କ ଦେଖା ଦେଇଛି। ଜିଲ୍ଲାର 8ଟି ବ୍ଲକରେ ଏହି ରୋଗ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଜଗତସିଂହପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ବ୍ୟାପକ ଭାବରେ ଏହି ରୋଗ ଦେଖା ଦେଇଛି। ଯାହାକୁ ନେଇ ଗୋପାଳନ କରୁଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି।

ଲମ୍ପି ସ୍କିନ ରୋଗରେ ଆକ୍ରାନ୍ତ ଗାଈଗୋରୁ

ଏହି ରୋଗ, ଏକ ବିଦେଶାଗତ ରୋଗ ହୋଇଥିବାରୁ ଏହାର ନିରାକରଣ ପାଇଁ କୌଣସି ପ୍ରତିଷେଧକ ବ୍ୟବସ୍ଥା ନାହିଁ । ଯାହା ଫଳରେ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ଗାଈ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଯାହାକୁ ନେଇ ପଶୁପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସାଳୟରେ ଅନେକ ଦିନ ଧରି ତାଲା ଝୁଲୁଛି। ଲୋକେ ପ୍ରାଣୀଧନ ଚିକିତ୍ସାଳୟକୁ ବାରମ୍ବାର ଆସି ନିରାଶ ହୋଇ ଫେରୁଛନ୍ତି।

ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ପ୍ରାଣୀଧନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏ ସମ୍ପର୍କରେ ଜିଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ରମେଶ ବେହେରାଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିନଥିଲେ ଓ ସୂଚନା ଦେଇଥିଲେ ଯେ ଏହା ଏକ ସଂକ୍ରାମକ ରୋଗ, ଏହା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି।

ପ୍ରାଣୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମଣିଷ ଯେପରି ବସନ୍ତ ରୋଗରେ ପୀଡିତ ହୋଇଥାଏ। ସେହିପରି ଗାଈ ଗୋରୁଙ୍କୁ ଲମ୍ପ ସ୍କିନ ବା ଚର୍ମ ଫୋଟକା ଦେଖା ଦେଇଥାଏ। ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଗାଈ ଗୋରୁଙ୍କ ଦେହରେ ବିରିବିରି ହୋଇ ଫଳିଯାଏ । ଜର ଆସେ ଓ ଗୋଡ ଫୁଲିଯାଇଥାଏ। କ୍ରମଶଃ ଦେହରେ ଫୋଟକା ହୋଇ ମାଂସ ଗଳି ପଡେ। ଏହାପରେ ଗାଈର ମୃତ୍ୟୁ ହୋଇଥାଏ। ଏହାର ନିରାକରଣ ଔଷଧ କିଛି ନଥିବା ବେଳେ ପ୍ରତିଷେଧକ ଭାବରେ ହାୟର ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଇ କ୍ଷତକୁ ସୁଖାଇବା ପାଇଁ ପ୍ରୟାସ କରାଯାଇଥାଏ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ ଲାମ୍ପିସ୍କିନି ରୋଗ ର ଆତଙ୍କ ଦେଖା ଦେଇଛି।ଜଗତସିଂହପୁର ଜିଲ୍ଲାର 8ଟି ବ୍ଲକ ରେ ଏହିରୋଗ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଜଗତସିଂହପୁର ଓ ତ୍ରିତଲ ବ୍ଲକ ଅଂଚଳରେ ବ୍ୟାପକ ଭାବରେ ଏହି ରୋଗ ଦେଖା ଦେଇଛି। ଯାହାକୁ ନେଇ ଗୋ ପାଳନ କରୁଥିବା ଚାଷୀ ଙ୍କ ମୁଣ୍ଡରେ ଚଡକ ପଡିଛି। ଏହି ରୋଗ, ଏକ ବିଦେସା ଗତ ରୋଗ ହୋଇ ଥିବାରୁ ଏହାର ନିରାକରଣ ପାଇଁ କିଛି ପ୍ରତିଶୋଧକ ବେବସ୍ତା ନାହିଁ। ଯାହା ଫଳରେ ପ୍ରତେକ
ଦିନ ସହ ସହ ଗୋରୁ ଗାଇ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଯାହାକୁ ନେଇ ପଶୁପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି।ଅପର ପକ୍ଷରେ ଜିଲା ପ୍ରାଣୀଧନ ଚିକିତ୍ସାଳୟ ରେ ଅନେକ ସମୟରେ ତାଲା ଝୁଲୁଛି।ଲୋକେ ପ୍ରାଣୀ ଧନଚିକିତ୍ସାଳୟ କୁ ବାରମ୍ବାର ଆସି ନିରାଶ ହୋଇ ଫେରୁଛନ୍ତି। ଜିଲା ପ୍ରଶାସନ କି ଜିଲାପ୍ରାଣୀଧନ ବିଭାଗ କିଛି ପଦକ୍ଷେପ ଗ୍ରହଣ କରିନଥିବାରୁ ଅସନ୍ତୋଷ ଦେଖା ଦେଇଛି। ଆମେ ଏ ସମ୍ପର୍କରେ ଜିଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ରମେଶ ବେହେରା ଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିନଥିଲେ ଓ ସୂଚନା ଦେଇଥିଲେ ଯେ ଏହା ଏକ ସଂକ୍ରାମକ ରୋଗ ,ଏହା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି।ପ୍ରାଣୀ ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ମଣିଷ ଯେପରି ବସନ୍ତ ରୋଗରେ ପୀଡିତ ହୋଇଥାଏ। ସେହିପରି ଗାଈ ଗୋରୁ ଙ୍କୁ ଲମ୍ପି ସ୍କିନି ବା ଚର୍ମ ଫୋଟକା ଦେଖା ଦେଇଥାଏ।ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଗାଈ ଗୋରୁ ଙ୍କ ଦେହରେ ବିରିବିରି ହୋଇ ଫଳିଯାଏ।ଜର ଆସେ। ଗୋଡ ଫୁଲିଯାଇଥାଏ। କ୍ରମଶଃ ଦେହରେ ଫୋଟକା ହୋଇ ମାଂସ ଗଳି ପଡେ। ଓ ମୃତ୍ୟୁ ମୁଖରେ ପଡେ। ଏହାର ନିରାକରଣ ଔଷଧ କିଛି ନ ଥିବା ବେଳେ ପ୍ରତିଶୋଧକ ଭାବରେ ହାୟର ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଇ କ୍ଷତ କୁ ସୁଖଇବା ପାଇଁ ପ୍ରୟାସ କରାଯାଇଥାଏ।

Body:byt_ Rames behera

Conclusion:rpt_ Susanna kumar patra
jagatsighpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.