ETV Bharat / state

ଜାହାଜରୁ କୋକେନ୍‌ ଜବତ ଘଟଣା: ସାମ୍ପୂଲ ଟେଷ୍ଟ ପାଇଁ କଷ୍ଟମ ବିଭାଗକୁ ଅନୁମତି ଦେଲେ କୋର୍ଟ

author img

By ETV Bharat Odisha Team

Published : Dec 6, 2023, 10:50 PM IST

ପାରାଦ୍ବୀପ ବନ୍ଦରରୁ ଏକ ଜାହାଜରୁ ଜବତ ହୋଇଥିବା କୋକେନ୍‌ର ସାମ୍ପୂଲ ଟେଷ୍ଟ ପାଇଁ କଷ୍ଟମ ବିଭାଗକୁ ଅନୁମତି ଦେଲେ କୁଜଙ୍ଗ ସ୍ବତନ୍ତ୍ର ADJ କୋର୍ଟ । ଫରେନ୍ସିକ୍‌ ଲ୍ୟାବ୍‌ର ରିପୋର୍ଟ ଆସିବା ପରେ ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢ଼ନ୍ତୁ

ଜାହାଜରୁ କୋକେନ୍‌ ଜବତ ଘଟଣା
ଜାହାଜରୁ କୋକେନ୍‌ ଜବତ ଘଟଣା
ଜାହାଜରୁ କୋକେନ୍‌ ଜବତ ଘଟଣା

ପାରାଦ୍ବୀପ: ପାରାଦ୍ବୀପ ବନ୍ଦରରେ ଏକ ଜାହାଜରୁ ୨୦ କେଜି କୋକେନ୍‌ ଜବତ ଘଟଣା । MV DEBI ନାମକ ଏକ ଜାହାଜରୁ ୨୨ଟି ପ୍ୟାକେଟ୍‌ରେ ଜବତ ହୋଇଥିଲା ୨୦ କେଜିର ନିଷିଦ୍ଧ ଡ୍ରଗ୍ସ କୋକେନ୍‌ । ଆଜି କୁଜଙ୍ଗର ସ୍ବତନ୍ତ୍ର ADJ କୋର୍ଟଙ୍କ ନିକଟରେ ନମୂନା ପରୀକ୍ଷା ପାଇଁ ଆବେଦନ କରିଛି କଷ୍ଟମ ବିଭାଗ । ଏହାକୁ ନେଇ ଆଜି ଅପରାହ୍ନରେ ୨୦ କେଜି ନିସିଦ୍ଧ ଡ୍ରଗ୍ସ କୋକେନକୁ ନେଇ କଷ୍ଟମ ବିଭାଗ କୋର୍ଟରେ ହାଜର ହୋଇଥିଲା । କୋକେନର ନମୂନା ପରୀକ୍ଷା ପାଇଁ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଇବା ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲା କଷ୍ଟମ ବିଭାଗ । କୋର୍ଟ ଆବେଦନକୁ ଗ୍ରହଣ କରି ନମୂନା ସଂଗ୍ରହ ପାଇଁ ଅନୁମତି ଦେଇଛନ୍ତି । ସାମ୍ପୂଲ ସଂଗ୍ରହ ପରେ ଜବତ କୋକେନକୁ କଷ୍ଟମ ବିଭାଗର ମାଲ ଖାନାରେ ରଖିବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

ଅନ୍ୟପଟେ ନିଷିଦ୍ଧ ନିଶା କାରବାର ପ୍ରତିରୋଧ ଆଇନ NDPS ଆକ୍ଟ ୧୯୮୫ ଆଧାରରେ ଏକ ମାମଲା ରୁଜୁ କରାଯାଇଛି । କେସ୍‌ ନମ୍ବର ୬୫/୨୩ରେ ଏହି ମାମଲା ରୁଜୁ ହୋଇଛି । ଫରେନ୍ସିକ୍‌ ଲ୍ୟାବ୍‌ର ରିପୋର୍ଟ ଆସିବା ପରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଯେଉଁ ଜାହାଜରୁ କୋକେନ୍‌ ଜବତ ହୋଇଥିଲା, ସେ ଜାହାଜକୁ ସିଲ୍‌ କରି ରଖାଯାଇଛି । ସବୁଠାରୁ ବଡ଼କଥା ହେଉଛି, କୌଣସି ଜାହାଜ ପାରାଦ୍ବୀପ ବନ୍ଦର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ୮ଟି ସ୍ଥାନରେ ଯାଞ୍ଚ କରାଯାଇଥାଏ । ଏହାପରେ ଜାହାଜ ଆଙ୍କରେଡକୁ ଆସି ପଣ୍ୟ ପରିବହନ କରିଥାଏ । ତେଣୁ ବନ୍ଦର ମଧ୍ୟରେ ଥିବା ୮ଟି ଯାଞ୍ଚ ସ୍ଥଳରେ ନିୟୋଜିତ ଅଧିକାରୀମାନେ କିପରି ଏ ବିଷୟରେ ଜାଣାପାରିଲେ ନାହିଁ ସେନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...ପାରାଦୀପ ବନ୍ଦରରେ ଧଳା ଜହର କାରବାର ! ଜାହାଜରୁ ୨୦୦ କୋଟିର କୋକେନ୍ ଜବତ

ଏହା ମଧ୍ୟ ପଢ଼ନ୍ତୁ...୨୨୦ କୋଟିର ଡ୍ରଗ୍ସ ଜବତ ଘଟଣା: ସିଲ ହେଲା ଜାହାଜ, ୨୧ ନାବିକ ଅଟକ

ପ୍ରକାଶଯୋଗ୍ୟ, ଗତ ନଭେମ୍ବର ୩୦ ରାତିରେ MV DEBI ନାମକ ଏକ ଜାହାଜ ଇଜିପ୍ଟ ଓ ପରେ ଇଣ୍ଡୋନେସିଆରୁ ଆସି ପାରାଦ୍ବୀପ ବନ୍ଦରରେ ପହଞ୍ଚିଥିଲା । ପାରାଦ୍ବୀପ ବନ୍ଦରରୁ ଷ୍ଟିଲ୍‌ ପ୍ଲେଟ୍‌ ନେଇ ଡେନ୍‌ମାର୍କ ଯାଇଥାନ୍ତା । ଷ୍ଟିଲ୍‌ ପ୍ଲେଟ୍‌ ଲୋଡ଼ କରାଯିବାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ କୌଣସି ସୂତ୍ରରୁ ଏହି ଜାହାଜରେ କୋକେନ ଥିବା ଖବର କଷ୍ଟମ୍ସ ବିଭାଗ ନିକଟକୁ ଆସିଥିଲା । ଖବର ପାଇ CISF, ତଟରକ୍ଷୀ ବାହିନୀ ଓ ପୋଲିସ ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଜାହାଜରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ ଦୁଇଘଣ୍ଟା କାଳ ସର୍ଚ୍ଚ ଅପରେସନ କରିବା ପରେ ପ୍ରଥମେ ୧୦ଟି ପ୍ୟାକେଟ୍‌ରେ ଥିବା କୋକନ ଡ୍ରଗ୍ସ ପାଇଥିଲେ । ଏହା ପରେ ଜାହାଜକୁ ତନ୍ନ ତନ୍ନ କରି ଯାଞ୍ଚ କରି ସମୁଦାୟ ୨୨ ପ୍ୟାକେଟ୍‌ କୋକେନ ଜବତ ହୋଇଥିଲା । ପରେ ଜାହାଜରେ ଥିବା କର୍ମଚାରୀଙ୍କୁ ତଦନ୍ତକାରୀ ସଂସ୍ଥା ଅଧିକ ପଚରାଉଚରା କରିଥିଲେ ।

ଈଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.