ETV Bharat / state

କାଳିଆ କେଳେଙ୍କାରୀ; ଲମ୍ବୁଛି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା

ଜିଲ୍ଲାରେ ବୃଦ୍ଧି ଘଟୁଛି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା । ଏପରିକି କାଳିଆ ଯୋଜନା ତାଲିକାରେ ସାମିଲ ରହିଛି ସପ୍ତମ ଶ୍ରେଣୀର ଛାତ୍ର । ବର୍ତ୍ତମାନ ସୁଦ୍ଧା 16 ହଜାର 7ଶହ 68 ଜଣ ଅଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି,ଜଗତସିଂହପୁର
author img

By

Published : Aug 30, 2019, 5:42 PM IST

ଜଗତସିଂହପୁର: ଜିଲ୍ଲାରେ କାଳିଆ ଯୋଜନା କେଳଙ୍କାରୀ ଦିନକୁ ଦିନ ଲମ୍ବିବାରେ ଲାଗିଛି । ପ୍ରଥମ ଦଫାରେ ଜିଲ୍ଲାରେ ମୋଟ 1ଲକ୍ଷ 34 ହଜାର 981 ଜଣ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଛି । କିନ୍ତୁ ବର୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରେ 16 ହଜାର 7ଶହ 68ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିଛି କୃଷି ବିଭାଗ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି,ଜଗତସିଂହପୁର

କୃଷି ଅଧିକାରୀଙ୍କ କହିବା କଥା, ସରକାର ନିଜ ଆଡୁ ଚାଷୀଙ୍କ ତାଲିକା ପଠାଇଥିଲେ । କୃଷି ବିଭାଗରୁ ବିହନ ନେଉଥିବା ଚାଷୀଙ୍କ ତାଲିକା ସରକାରଙ୍କ ପାଖରେ ରହିଛି । ଏଥିରେ ବହୁତ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଥିବା ସ୍ବୀକାର କରିଛନ୍ତି । ଏପରିକି ଆଳିପିଙ୍ଗଳ ଅଞ୍ଚଳର 7ମ ଶ୍ରେଣୀ ପିଲା ନାମରେ କାଳିଆ ଯୋଜନା ରହିଥିବା ଖବର ରାଜ୍ୟରେ ଚର୍ଚ୍ଚା ପାଲଟିଥିଲା ।

କିନ୍ତୁ ଏହି ଖବରକୁ ଜିଲ୍ଲା କୃଷି ଅଧିକାରୀ ଖଣ୍ଡନ କରିବା ସହ ତଦନ୍ତ କରାଯିବ ବୋଲି କହିଛନ୍ତି । ତେବେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ମୋଟ 1ଲକ୍ଷ 34ହାଜର 9ଶହ 18 ଜଣ କାଳିଆ ଯୋଜନା ପାଇଁ ଆବେଦନ କରିଥିବା ବେଳେ ଏଥି ମଧ୍ୟରୁ 1ଲକ୍ଷ 18ହଜାର 2ଶହ 13ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅବଶିଷ୍ଟ 16 ହଜାର 7ଶହ 68ଜଣ ଅଯୋଗ୍ୟ ହିତାଧିକାରୀ ବୋଲି କୃଷି ବିଭାଗ ସୂଚନା ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ କାଳିଆଯୋଜନା ର, କେଳଙ୍କାରୀ ଦିନକୁ ଦିନ ବଢ଼ି ବାରେ ଲାଗିଛି।ପ୍ରଥମ ଦଫାରେ ଜଗତସିଂହପୁର ଜିଲ୍ଲାରେ ମୋଟ 1ଲକ୍ଷ 34 ହଜାର 981 ଜଣ ହିତାଧିକାରୀ ଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଛି।କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏ ସମ୍ପର୍କରେ କୌଣସି ସୂଚନା ଜିଲ୍ଲା କୃଷି ବିଭାଗ ଦପ୍ତର ରେ ଉପଲବ୍ଧ ହେଉନାହିଁ।ଜିଲା କୃଷି ଅଧିକାରୀ ଙ୍କ କହିବା କଥା ସରକାର ନିଜଆଡୁ ଚାଷୀଙ୍କ ତାଲିକା ପଠାଇଥିଲେ। ଯେହେତୁ ଯୋଗାଣ ବିଭାଗ, ସେବା ସମବାୟ ସମିତି, ସହ କୃଷି ବିଭାଗ ରୁ ବିହନ ବିହନ ନେଉଥିବା ଚାଷୀ ଙ୍କ ତାଲିକା ସରକାର ଙ୍କ ପାଖରେ ରହିଥିଲା।ଏଥିରେ ବହୁତ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଥିବା ଶିକ୍ଵୋର କରିଛନ୍ତି।ଏପରିକି ଅଳିପିଙ୍ଗଳ ଅଞ୍ଚଳ ର ଜଇନିକ 7ଶ୍ରେଣୀ ପିଲା କାଳିଆ ଯୋଜନା ରେ ସାମିଲ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା।କିନ୍ତୁ ଏହାକୁ ଜିଲା କୃଷି ଅଧିକାରୀ ଖଣ୍ଡନ କରିବା ସହ ତଦନ୍ତ କରାଯିବ ବୋଲି କହିଛନ୍ତି।ତେବେ ଆଜି ଦିତୀୟ ପର୍ଯ୍ୟାୟରେ ମୋଟ 1ଲକ୍ଷ,34 ହାଜର,9ଶହ 18 ଜଣ କାଳିଆ ଯୋଜନା ପାଇଁ ଆବେଦନ କରିଥିବା ବେଳେ ଏଥି ମଧ୍ୟରୁ 1ଲକ୍ଷ,18ହଜାର,2ଶହ13ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି।ଅବଶିଷ୍ଟ 16 ହଜାର7ସହ 68 ଜଣ ଅଯୋଗ୍ୟ ହିତାଧିକାରୀ ବୋଲି କୃଷି ବିଭାଗ ସୂଚନା ଦେଇଛି।

Body:byt _ପ୍ରମୋଦ କୁମାର ମଲ୍ଲିକ_ଜିଲ୍ଲା କୃଷି ଅଧିକାରୀ_ଜଗତସିଂହପୁର

Conclusion:ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.