ETV Bharat / state

ଜଗତସିଂହପୁର କୁଜଙ୍ଗରେ 1476 ହଜାର ହେକ୍ଟର ଚାଷଜମି ନଷ୍ଟ, ଚିନ୍ତାରେ ଚାଷୀ

author img

By

Published : Aug 26, 2022, 4:25 PM IST

ଜଗତସିଂହପୁରରେ ବନ୍ୟା ଯୋଗୁଁ କୁଜଙ୍ଗ ଅଞ୍ଚଳରେ ସୃଷ୍ଟି ହୋଇଛି 4ଟି ଘାଇ । ଜଗତସିଂହପୁର କୁଜଙ୍ଗରେ 1476 ହଜାର ହେକ୍ଟର ଚାଷଜମି ନଷ୍ଟ, ଚିନ୍ତାରେ ଚାଷୀ । ଜମି ବାଲିଚର ଯୋଗୁଁ ଉଜୁଡି ଯାଇଛି ପରିବା ଚାଷ । ବନ୍ୟା ଯୋଗୁଁ ଦୋହଲି ଯାଇଛି ଚାଷୀର ମେରୁଦଣ୍ଡ । ଅଧିକ ପଢନ୍ତୁ

ଶହ ଶହ ଏକର ଜମି ବାଲିଚର, ଉଜୁଡି ଯାଇଛି ପରିବା ଚାଷ

ଜଗତସିଂହପୁର: ମହାନଦୀରେ ବନ୍ୟା ଆଣି ଦେଇଛି ଦୁଃଖ । ବନ୍ୟା ଛାଡିବା ପରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢି ଯାଇଛି । ବନ୍ୟା ପାଣି ସବୁକିଛି ଉଜାଡି ଦେଇଛି । ଘର କାନ୍ଥ ଭୁଶୁଡିଛି ଚୁଲି ଚାଳ ସବୁ ଭାସି ଯାଇଛି । ଗାଁ ଦାଣ୍ଡରେ ଜମିଥିବା ବନ୍ୟାପାଣି କମିଛି ହେଲେ ବିପନ୍ନଙ୍କ ଦୁଃଖ କମିନି । ଚିନ୍ତାରେ ଚାଷୀ । ଜଗତସିଂହପୁର ଜିଲ୍ଲାରେ ଶହ ଶହ ଏକର ଜମି ବାଲିଚର, ଉଜୁଡି ଯାଇଛି ପରିବା ଚାଷ । କେମିତି ଚାଲିବ ସଂସାର । ବନ୍ୟା ଯୋଗୁଁ ଦୋହଲି ଯାଇଛି ଚାଷୀର ମେରୁଦଣ୍ଡ ।

ଖରା ବର୍ଷା ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ହସାଇଥବା ସୁନାର ଫସଲ ଧୋଇ ନେଇଛି ବନ୍ୟା । ବନ୍ୟାପାଣି ଆଉ ବିପନ୍ନଙ୍କ ଆଖି ଲୁହ ମାପିବା କଷ୍ଟକର ହୋଇଛି । ଜିଲ୍ଲା କୁଜଙ୍ଗ ବ୍ଲକ ବନ୍ୟା ଯୋଗୁଁ ଅଧିକ କ୍ଷତି ସହିଛି । କୁଜଙ୍ଗ ଅଞ୍ଚଳରେ 4ଟି ଘାଇ ଯୋଗୁଁ 1476 ହଜାର ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କ୍ଷତି ସହିଥିବା ଚାଷୀଙ୍କୁ ଏବେ କେବଳ ସରକାରୀ ସହାୟତା ସାହା ।

ବନ୍ୟା ଯୋଗୁଁ କୁଜଙ୍ଗ ଅଞ୍ଚଳରେ 4ଟି ଘାଇ ହୋଇ ହୋଇଛି । ଘାଇ ପାଇଁ 1476 ହଜାର ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ପ୍ରାୟ 400 ହେକ୍ଟର ଚାଷଜମିରେ ବାଲି ଚରି ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଜିଲ୍ଲାର ନାସି, କୁଜଙ୍ଗ, ସାଇଲୋ, କାଠକୋଟ, ହଂସୁରା, ଓ ବଡ଼ ବାଲିକଣି ଅଞ୍ଚଳରେ ଶହ ଶହ ହେକ୍ଟର ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ବନ୍ୟାପାଣି ଛାଡିବା ପରେ ଲୋକେ ନିଜ ଫସଲ ନଥିବା ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ଷା ଦିନିଆ ଫସଲ ହେତୁ ଚାଷୀ ଅଧିକ ଆୟ କରିଥାଏ । କିନ୍ତୁ ଚଳିତ ବନ୍ୟା ସବୁ ଧୋଇ ନେଇଛି । ଏବେ ପରିବାର ଭରଣ ପୋଷଣ ଚିନ୍ତାରେ ଚାଷୀ ।

ଏହା ବି ପଢନ୍ତୁ...ଜଗତସିଂହପୁର 30ଟି ଗାଁ ପାଣିଘେରରେ 21 ହଜାରରୁ ଅଧିକ ଜଳବନ୍ଦୀ, ଚିନ୍ତାରେ ବିପନ୍ନ

ଜିଲ୍ଲାର ପ୍ରାୟ 40 ଭାଗ ପରିବା ଚାଷ ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ହୋଇଥାଏ । ଏଠାରୁ ଉତ୍ପାଦିତ ପନିପରିବା କୁଜଙ୍ଗ, ରାହମା ଓ ପାରାଦ୍ବୀପକୁ ଯାଇଥାଏ । ପଡୋଶୀ କେନ୍ଦ୍ରାପଡାକୁ ମଧ୍ୟ ଏଠାରୁ ପରିବା ରପ୍ତାନୀ କରାଯାଇଥାଏ । ଚଳିତ ବନ୍ୟାଯୋଗୁଁ ପରିବା ଚାଷ ସମ୍ପୂର୍ଣ୍ଣ ଧୋଇ ଯାଇଥିବାରୁ ବଜାରରେ ପରିବା ଦର ଆକାଶ ଛୁଇଁ ହୋଇଛି । ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି ବନ୍ୟା । ନିଜର ଉଜୁଡ଼ା କ୍ଷେତକୁ ଦେଖି ଗୁମୁରି ଗୁମୁରି କାନ୍ଦୁଛି ଚାଷୀ । ସରକାରୀ ସ୍ତରରେ କ୍ଷତିିଗସ୍ତ ଚାଷୀଙ୍କୁ ସହାୟତା ମିଳି ପାରିଲେ ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରି ପାରନ୍ତା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.