ETV Bharat / state

ଜଗତସିଂହପୁର ସାଂସଦଙ୍କ ମହାନତା, ମଝି ଆକାଶରେ ବଞ୍ଚିଗଲା ବିମାନ ଯାତ୍ରୀଙ୍କ ଜୀବନ

ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ମହାନତା । ନିଜର ଡାକ୍ତରୀ ବିଦ୍ୟା ପ୍ରୟୋଗ କରି ମଝି ଆକାଶରେ ବଞ୍ଚାଇଲେ ବିମାନ ଯାତ୍ରୀଙ୍କ ଜୀବନ । ଅଧିକ ପଢନ୍ତୁ

Jagatsinghpur MP Rajashree Mallick
Jagatsinghpur MP Rajashree Mallick
author img

By

Published : Feb 23, 2023, 11:02 PM IST

ଜଗତସିଂହପୁର: ସାଂସଦ ଡ. ରାଜଶ୍ରୀ ମଲ୍ଲିକଙ୍କ ମହାନତା । ମଝି ଆକାଶରେ ବଞ୍ଚିଗଲା ବିମାନ ଯାତ୍ରୀଙ୍କ ଜୀବନ । ବିମାନରେ ଜଣେ ବ୍ୟକ୍ତିଙ୍କୁ ବାତ ମାରିଥିବା ବେଳେ ସାଂସଦ ତୁରନ୍ତ ତତ୍ପରତା ଦେଖାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ । ଫଳରେ ବିମାନ ଯାତ୍ରୀଙ୍କ ଜୀବନ ବଞ୍ଚିପାରିଛି । ଏହି କାର୍ଯ୍ୟ ଲାଗି ବିମାନ କର୍ମଚାରୀଙ୍କ ସମେତ ଉପସ୍ଥିତ ଯାତ୍ରୀମାନେ ସାଂସଦଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।

ଗତ ୨୨ ତାରିଖରେ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଇଣ୍ଡିଗୋ ବିମାନ 6E2065 ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ହଠାତ ମଝି ଆକାଶରେ ବ୍ରହ୍ମପୁର ଅଞ୍ଚଳରେ ଜୈନିକ ବ୍ୟକ୍ତିଙ୍କୁ ବାତ ମାରିଥିଲା । ଫଳରେ ସେ ଅଚେତ ହୋଇ ପଡିବା ସହ ଗୋଡ଼ହାତ ଗୁଡିକ ବଙ୍କା ହୋଇ ଯାଇଥିଲା । ଏହି ଘଟଣା ହଠାତ ଘଟିବା ପରେ ବିମାନରେ ଥିବା ଏୟାର ହୋଷ୍ଟେସ ଆସି ଏହି ବ୍ୟକ୍ତିଙ୍କୁ ଉଠାଇବା ସହ ବିମାନରେ କେହି ଡାକ୍ତର ଅଛନ୍ତି ବୋଲି ପଚାରିଥିଲେ।ଏହି ଘଟଣା ଦେଖି ସେହି ବିମାନରେ ଯାତ୍ରା କରୁଥିବା ଜଗତସିଂହପୁର ଲୋକସଭା ସାଂସଦ ରାଜଶ୍ରୀ ମଲ୍ଲିକ ତତ୍ତକ୍ଷଣାତ ନିଜ ସିଟରୁ ଉଠି ଚିକିତ୍ସା ଆରମ୍ଭ କରିଦେଇଥିଲେ।

ଏହା ବି ପଢନ୍ତୁ-ଜୀବନ ଜୀବିକାକୁ ନେଇ କମ୍ପାନୀ ବିରୋଧରେ ରଣହୁଙ୍କାର

ସାଂସଦ ନିଜେ ପ୍ରାଥମିକ ଚିକିତ୍ସା କରିବା ସହ ମାଉଥ ଓପନ କରି ବିମାନରେ ଥିବା ଅକ୍ସିଜେନ ମାସ୍କ ତୁରନ୍ତ ରୋଗୀଙ୍କୁ ଲଗାଇ ଦେଇଥିଲେ । ଫଳରେ କିଛି ସମୟ ପରେ ରୋଗୀ ସୁସ୍ଥ ଅନୁଭବ କରିଥିଲେ । ନିଜର ଉପସ୍ଥିତ ବୁଦ୍ଧି ଓ ଜଣେ ସାଂସଦ ହୋଇ ମଧ୍ୟ ଡାକ୍ତରୀ ବିଦ୍ୟାର ପ୍ରୟୋଗରେ ଜଣେ ବ୍ୟକ୍ତିଙ୍କୁ ସୁସ୍ଥ କରି ପରିଥିବାରୁ ସେ ବିମାନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଉଞ୍ଚ ପ୍ରଶଂସିତ ହୋଇ ପାରିଛନ୍ତି । ସୂଚନା ଥାଉ କି ପୂର୍ବରୁ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଅନୁରୂପ ଭାବେ ୨୦୧୮ -୧୯ ମସିହାରେ ବିମାନରେ ଦିଲ୍ଲୀ ଗ୍ରସ୍ତ କରିବା ସମୟରେ ମଝି ଆକାଶରେ ଏହିଭଳି ଏକ ଘଟଣା ଘଟିଥିଲା ।

ସେ ସମୟରେ ସାଂସଦ ରାଜଶ୍ରୀ ମଲ୍ଲିକ ନିଜ ଡାକ୍ତରୀ ବିଦ୍ୟା ପ୍ରୟୋଗ କରି ଜଗତସିଂହପୁର ଜୈନିକ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହୋଇଥିଲେ। ସେ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିବା ସହ ଜଗତସିଂହପୁର ସାଂସଦ ରଜଶ୍ରୀ ମଲ୍ଲିକଙ୍କୁ ପ୍ରଶଂସା କରିଥିଲେ। ତେବେ ଗତ ବୁଧବାର ଏହି ଘଟଣା ପଦାକୁ ଆସିବା ପରେ ବିଭିନ୍ନ ମହଲରୁ ସାଂସଦଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଏହି ଘଟଣାକୁ ନେଇ ସାଂସଦ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଜଣାପଡ଼ିଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.