ETV Bharat / state

ଜଗତସିଂହପୁରରେ LIC ଘରୋଇକରଣକୁ ବିରୋଧ, କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଧାରଣା

LIC କାର୍ଯ୍ୟାଳୟ ସମ୍ମୁଖରେ ବୀମା କର୍ମଚାରୀଙ୍କ ଧାରଣା । LIC ଭଳି ଏକ ଲାଭଦାୟକ ସଂସ୍ଥାର ଘରୋଇକରଣକୁ ବିରୋଧ । ଅଧିକ ପଢ଼ନ୍ତୁ

LICକୁ ଘରୋଇ କରଣକୁ ବିରୋଧ, ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ

author img

By

Published : May 5, 2022, 7:55 PM IST

ଜଗତସିଂହପୁର: ଜଗତସିଂହପୁର ସହରରେ ଥିବା LIC କାର୍ଯ୍ୟାଳୟ ସମ୍ମୁଖରେ ବୀମା କର୍ମଚାରୀମାନେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ କର୍ମଚାରୀମାନେ ଏହି ପଦକ୍ଷେପ ନେଇଥିବା କୁହାଯାଇଛି ।

କେନ୍ଦ୍ର ସରକାରଙ୍କ IPO ଲାଗୁ କରାଯିବା ଦ୍ୱାରା LIC ଭଳି ଏକ ଲାଭଦାୟକ ସଂସ୍ଥା ଘରୋଇ କମ୍ପାନୀ ହାତକୁ ଚାଲିଯିବ । ଫଳରେ ଘରୋଇ କମ୍ପାନୀ ଗୁଡିକ ମନମୁଖୀ କାର୍ଯ୍ୟ କରିବେ । ଫଳରେ ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଜୀବିକା ହରାଇବା ଆଶଙ୍କାରେ ବୀମା କର୍ମଚାରୀଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ତୁରନ୍ତ କେନ୍ଦ୍ର ସରକାର LICର ଘରୋଇକରଣ ନକରିବାକୁ ଦାବି କରିଛନ୍ତି ।

LICକୁ ଘରୋଇ କରଣକୁ ବିରୋଧ, ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ

ତେଣୁ ଯଦି କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଶ୍ରମିକ ସଂଗଠନ CITU ମଧ୍ୟ LIC କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.