ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ ସାରଦା ମଣ୍ଡପ ଠାରେ ନବ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ପୌର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
ପ୍ରଥମେ ନିର୍ବାଚିତ ସମସ୍ତ ପ୍ରତିନିଧି ମାନଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ପରେ କଂଗ୍ରେସ କର୍ମୀମାନେ ଶପଥ ନେଇଥିଲେ। ନୂତନ ରାଜ୍ୟ ସଭାପତିଙ୍କ ଯେଉଁ ନାରା ରହିଛି ୯ ରୁ ୯୦ ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ଉଦ୍ୟମ ଆରମ୍ଭ କରିବାକୁ କୁହାଯାଇଥିଲା। କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଦେଶ ଓ ରାଜ୍ୟବାସୀକୁ ଭ୍ରମିତ କରୁଛନ୍ତି । କେନ୍ଦ୍ରରେ ଭାଜାପା 'ସରକାର ଜବଲେସ, ଗ୍ରୋଥ' ବା ରୋଜଗାର ବିହୀନ ବିକାଶ ବିରୋଧରେ କଂଗ୍ରେସ ସ୍ୱର ଉତ୍ତୋଳନ କରିବ ।
ଦେଶରେ ଦାରିଦ୍ର୍ୟ, ଖାଦ୍ୟ ସଙ୍କଟ, ପୃଷ୍ଟି ହୀନତା, ଆୟରେ ଅସାମଞ୍ଜସ୍ୟ ତା ମୁଷ୍ଟିମେୟଙ୍କ ସମ୍ପତ୍ତି ଠୁଳ ବିରୋଧରେ କଂଗ୍ରେସ ସଂଗ୍ରାମ ଆରମ୍ଭ କରି ସାରିଲାଣି ବୋଲି କଂଗ୍ରେସ ନେତା ପ୍ରକାଶ କରିଥିଲେ । ୧୯୪୨ରେ ଗାନ୍ଧିଜୀ ଇଂରାଜୀ ମାନଙ୍କୁ ଭାରତ ଛାଡ ପାଇଁ ଆହ୍ୱାନ କରିଥିବା ବେଳେ ୨୦୨୨ରେ କଂଗ୍ରେସ ଭାରତ ଯୋଡ଼ ଡାକରା କଂଗ୍ରେସ ଦେଇଥିବା ଜିଲ୍ଲାସଭାପତି ନଟବର ବାରିକ କହିଥିଲେ ।
ଇଟିଭି ଭାରତ, ଜଗତସିଂହପୁର