ଜଗତସିଂହପୁର: ଜିଲ୍ଲାରେ କୋରୋନାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ପ୍ରଶାସନର ଆଗୁଆ ପଦକ୍ଷେପ ଯୋଗୁଁ ଜିଲ୍ଲାଟି ଗ୍ରୀନ ଜୋନରେ ରହିଛି । ଏହାର ଶ୍ରେୟ ସମସ୍ତ କୋରୋନା ଯୋଦ୍ଧା ଓ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ଜିଲ୍ଲାପାଳ ।
ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଗତ ସୋମବାର ଠାରୁ ପ୍ରବାସୀ ଓଡିଆଙ୍କୁ ଜିଲ୍ଲାପ୍ରଶାସନ ଜିଲ୍ଲାରେ ପ୍ରବେଶ ଅନୁମତି ଦେଇଛି। ସେମାନଙ୍କୁ ସ୍ବତନ୍ତ୍ର ବସ୍ ଯୋଗେ ବିଭିନ୍ନ କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ପଠାଯାଉଛି । ଏଥିରେ ଜିଲ୍ଲାବାସୀଙ୍କୁ ଆଗାମୀ ୧୪ ଦିନ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ