ETV Bharat / state

ପ୍ରଶାସନର କଟକଣାକୁ ଜଗତସିଂହପୁର ବ୍ୟବସାୟୀ ସଂଘର ବିରୋଧ - ପ୍ରଶାସନର କଟକଣା

ଜଗତସିଂହପୁର ଜିଲ୍ଲା ପ୍ରଶାସନର ଭଳିକି ଭଳି ମନମୁଖୀ ନିର୍ଦ୍ଦେଶନାମା ବେବସାୟୀଙ୍କୁ ସମସ୍ୟାରେ ପକାଉଛି । ଏନେଇ ଗୁରୁବାର ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଶାସନର କଟକଣାକୁ ଜଗତସିଂହପୁର ବ୍ୟବସାୟୀ ସଂଘର ବିରୋଧ

author img

By

Published : Jul 17, 2020, 3:48 AM IST

ଜଗତସିଂହପୁ: ରାଜ୍ୟରେ ଜାରି କୋରୋନା କଟକଣା ଏବେ ଛଡାଇ ନେଇଛି ଜୀବନ ଜୀବିକା । ଏପରିସ୍ଥିତିରେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଭଳିକି ଭଳି ମନମୁଖୀ ନିର୍ଦ୍ଦେଶନାମା ବେବସାୟୀଙ୍କୁ ସମସ୍ୟାରେ ପକାଉଛି ।

ପ୍ରଶାସନର କଟକଣାକୁ ଜଗତସିଂହପୁର ବ୍ୟବସାୟୀ ସଂଘର ବିରୋଧ

ସପ୍ତାହରେ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାରକୁ ଛାଡି ଅନ୍ୟ ଦିନମାନଙ୍କରେ ସକାଳ 7ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସହରର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିବାକୁ ନିର୍ଦ୍ଦେଶ ଦେଇଥିଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ । ହେଲେ ଅଚାନକ ନିଷ୍ପତ୍ତି ବଦଳାଯାଇ ଏହାକୁ 7ଟାରୁ ଦିନ 2ଟା ପର୍ଯନ୍ତ ଖୋଲା ରଖିବାକୁ କୁହାଯାଇଛି । ତେବେ ଏନେଇ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ ।

ପଡୋଶୀ କଟକ ଓ ଭୁବନେଶ୍ବର କୋରୋନାର ହଟସ୍ପଷ୍ଟ ସ୍ଥାନ ହୋଇ ଥିଲେ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖି 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଖୋଲାଯାଉଛି । ସକାଳ 7ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଅନୁମତି ଦେଉ ନ ଥିବାରୁ ବେବସାୟ ପ୍ରତିଷ୍ଠାନ ଗୁଡିକ ଦୁର୍ବଳ ହେବାରେ ଲାଗିଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ସକାଳ 8ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଅନୁମତି ଦେବାକୁ ଦାବି କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.