ଜଗତସିଂହପୁର: ସହରରେ ବସଷ୍ଟାଣ୍ଡ ସ୍ଥାନନ୍ତରଣ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ନେଇ ବସ ମାଲିକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସ୍ବତନ୍ତ୍ର ଆଲୋଚନା ଜାରି ରହିଛି । ଜଗତସିଂହପୁର ସହର ଉପକଣ୍ଠ ଯୋଗଧାରୀଠାରେ ଦୀର୍ଘ ବର୍ଷ ଧରି ଅବ୍ୟବହୃତ ଅବସ୍ଥାରେ ନିର୍ମାଣ ହୋଇ ପଡିରହିଛି ବସଷ୍ଟାଣ୍ଡ । ଏହି ବସଷ୍ଟାଣ୍ଡଟି ସହରଠାରୁ ବହୁ ଦୂରରେ ରହିଥିବାରୁ ବସ ମାଲିକମାନେ ସେଠାକୁ ବସ ନେବାକୁ ରାଜି ହେଉନଥିଲେ ।
ଏବେ ସେସୁ କାର୍ଯ୍ୟାଳୟ ସାମ୍ନାରେ ଏକ ଘରୋଇ ମାଲିକାନାରେ ଥିବା ସ୍ଥାନକୁ ବସ ଷ୍ଟାଣ୍ଡଭାବେ ବ୍ୟବହାର କରାଯାଉଛି । ହେଲେ ଏହାକୁ ନେଇ ସହରରେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଅନ୍ୟପକ୍ଷେ କୋରୋନାକୁ ନେଇ ସାମାଜିକ ଦୂରତ୍ବ ବଜାଇ ରଖିବାକୁ ହେଲେ ବସଷ୍ଟାଣ୍ଡକୁ ସ୍ଥାନନ୍ତରଣ କରିବା ଜରୁରୀ ହୋଇ ପଡିଛି । ଏନେଇ ଖୁବ ଶୀଘ୍ର କାମ ଆରମ୍ଭ କରାଯାଇ ବସଷ୍ଟାଣ୍ଡକୁ ଆସନ୍ତା ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ ବୋଲି ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ