ଜଗତସିଂହପୁର: ଜିଲ୍ଲାର ଅନେକ ସ୍ଥାନରେ ପ୍ରତୀକାତ୍ମକ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲାରେ ମୋଟ 28 ଟି ସ୍ଥାନରେ ରଥଯାତ୍ରା ହେବାକୁ ଥିବାବେଳେ ଚଳିତ ବର୍ଷ କୋଭିଡ କଟକଣାକୁ ନେଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । କେତେକ ସ୍ଥାନରେ ବିଧି ରକ୍ଷା କରିବା କୁ ଯାଇ ନୀତି ସମ୍ପାଦନ କାରାଯାଇ ଥିଲା ।
ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ସହିତ ରଥଯାତ୍ରା ପାଳନ ନ କରିବାକୁ ବିଭିନ୍ନ ମନ୍ଦିର ପରିଚାଳନା କମିଟିକୁ ନୋଟିସ ଜାରି କରିଥିଲା । ମଙ୍ଗଳବାର ଅପରାହ୍ନରେ କେତେକ ମନ୍ଦିରରେ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମା ପତିତପାବନଙ୍କୁ ରଥ ଉପରକୁ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । କିନ୍ତୁ ରଥ ଗଡ଼ିବାକୁ ଦିଆଯାଇନଥିଲା । ସାନ୍ଧ୍ୟ ପରେ ଠାକୁରଙ୍କୁ ମନ୍ଦିରକୁ ବିଜେ କରାଯାଇଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ