ETV Bharat / state

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣରେ ଚୋରା ମଦ ଜବତ, 20 ଗିରଫ

ଜଗତସିଂହପୁର ସହରରେ ଖୁଲମ ଖୋଲା ମଦ ବିକ୍ରି । ଇଟିଭି ଭାରତରେ ଖବର ପ୍ରସାରଣ ପରେ ମଙ୍ଗଳବାର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ମଦ ଜବତ କରିବା ସହ 20 ଜଣକୁ ଗିରଫ କରାଯାଇଛି ।

illegal liquor seized ,20 arrested
illegal liquor seized ,20 arrestedillegal liquor seized ,20 arrested
author img

By

Published : Jun 3, 2020, 1:04 AM IST

Updated : Jun 3, 2020, 8:55 AM IST

ଜଗତସିଂପୁର: ଖବରର ପ୍ରଭାବ, ଚେଇଁଲା ପ୍ରଶାସନ । ବିଭିନ୍ନ ସ୍ଥାନରେ ଚଢାଉ । ବିପୁଳ ପରିମାଣରେ ଚୋର ମଦ ଜବତ କଲା ଅବକାରୀ ବିଭାଗ ।

ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣରେ ଚୋର ମଦ ଜବତ, 20 ଗିରଫ

ଜଗତସିଂହପୁର ସହରରେ ଖୁଲମ ଖୋଲା ମଦ ବିକ୍ରି । ଦିନ ଦି ପ୍ରହରରେ ଚୋରା ମଦ ବିକ୍ରି । ଏ ସମ୍ପର୍କରେ ଏକ ଖବର ଗତ 30 ତାରିଖ ଦିନ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମଙ୍ଗଳବାର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି 15 ହଜାର 8 ସହ 40 ଲିଟର ବିଦେଶୀ ମଦ, 89 ହଜାର 6 ସହ 50 ଲିଟର ବିୟର,27 ହଜାର 700 ଲିଟର ଖଜୁରୀ ତାଡି,13 ଲିଟର ଦେଶୀ ମଦ,11 ସହ 50 ଗ୍ରାମ ଗଞ୍ଜେଇ ଓ 10 ଲିଟର ରନ୍ଧା ମଦ ଜବତ କରିବା ସହ 20 ଜଣକୁ ଗିରଫ କରାଯାଇଛି । ଗ୍ରୀନ ପାର୍କ ନାମକ ମଦ ବାରକୁ ସିଲ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି ।

ଜଗତସିଂପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jun 3, 2020, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.